ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ସଲ୍ଲୁଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। ସେମାନଙ୍କ ମଧ୍ୟରୁ ପାକିସ୍ତାନ-ଆମେରିକୀୟ ଅଭିନେତ୍ରୀ ସୋମି ଅଲି ଥିଲେ। ତାଙ୍କ ସହ ସଲମାନଙ୍କ ସମ୍ପର୍କକୁ ନେଇ ୯୦ ଦଶକରେ ଏକଦା ଆଲୋଚନା ହେଉଥିଲା। ସୋମି ନିକଟରେ ଏକ ସାକ୍ଷାତକାର ଦେଇଛନ୍ତି। ସୋମି କହିଛନ୍ତି ଯେ, ସଲମାନଙ୍କୁ ସେ ବହୁତ ଭଲ ପାଉଥିଲେ। ମୁଁ ଥରେ ତାଙ୍କ ‘ମେନ ପ୍ୟାର୍ କିୟା’ ଦେଖିଥିଲି, ଏହାପରେ ତାଙ୍କ ପ୍ରତି ମୋର ଦୁର୍ବଳାତା ବଢିବାରେ ଲାଗିଥିଲା। ମୁଁ ଭାରତ ଯିବାକୁ ସ୍ଥିର କଲି। ସେତେବେଳେ ମୋର ବୟସ ୧୬ ଥିଲା। ମୁଁ ମୁମ୍ବାଇ ଯାଇ ସଲମାନଙ୍କୁ ବିବାହ କରିପାରିବି ଏହା ଏକ ପରିହାସ ଥିଲା। କିନ୍ତୁ ମୁଁ ଭାରତ ଆସିଥିଲି। ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ତାଙ୍କର ଏକ ଗର୍ଲଫ୍ରେଣ୍ଡ ଥିବା କହି ସେ ଏହାକୁ ଏଡାଇ ଯାଇଥିଲେ। ଏହି ଘଟଣାର ମାତ୍ର ଗୋଟିଏ ବର୍ଷ ପରେ ସଲମାନ ଗର୍ଲଫ୍ରେଣ୍ଡଙ୍କୁ ଭୁଲି ସୋମି ଅଲିଙ୍କ ନିକଟତରହୋଇଥିଲେ। କୁହାଯାଏ ସୋମି ଏବଂ ସଲମାନଙ୍କ ସମ୍ପର୍କ ୧୯୯୧ରୁ ୧୯୯୯ ପର୍ଯ୍ୟନ୍ତ ଚାଲିଥିଲା।