କରୋନାରୁ ସୁସ୍ଥ ହେଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି ଲେଖିଲେ ଏମିତି

ମୁମ୍ବାଇ: ସମଗ୍ର ଦେଶରେ କରୋନା ମହାମାରୀ ତୀବ୍ର ଗତିରେ ମାଡ଼ିଚାଲିଛି। ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର କରୋନାରେ ଆକ୍ରାନ୍ତ ହେଉଥିବା ଜାଣିବାକୁ ମିଳୁଛି। ଜାହ୍ନବୀ କପୁର ଏବଂ ତାଙ୍କ ସାନ ଭଉଣୀ ଖୁସି କପୁର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏକ ଫଟୋ ଶେୟାର କରିଛନ୍ତି।

ଜାହ୍ନବୀ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୁଁ ଏବଂ ଖୁସି କରୋନାରେ ଆକ୍ରାନ୍ତ ହୋଇଛୁ। ଗତ ୩ ତାରିଖରେ ଆମ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା। ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଆମେ ହୋମ ଆଇସୋଲେଶନରେ ଥିଲୁ।

ସେ ଆହୁରି ଲେଖିଛନ୍ତି, ପ୍ରଥମ ଦୁଇଦିନ ବହୁତ କଷ୍ଟକର ଥିଲା। ଏହି ଭାଇରସରୁ ରକ୍ଷା ପାଇବାର ଏକମାତ୍ର ଉପାୟ ମାସ୍କ ପିନ୍ଧିବା ଏବଂ ଟିକାକରଣ। ଆପଣମାନେ ନିଜ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।

Share