ବିକିନି ପାଇଁ ଫିଲ୍ମକୁ ମନା କରିଥିଲେ ଏହି ଅଭିନେତ୍ରୀ

୯୦ ଦଶକର ହିଟ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ବଲିଉଡ ଅଭିନେତ୍ରୀ ଆୟେଶା ଜୁଲ୍କା ଅନ୍ୟତମ। ଆୟେଶା ଅକ୍ଷୟ କୁମାର-ଅମିର ଖାନଙ୍କ ପରି ବଡ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଅନ୍ୟପକ୍ଷରେ ଆୟେଶା ଅମିରଙ୍କ ସହ ‘ଜୋ ଜିତା ଓ୍ବହି ସିକନ୍ଦର’ ଭଳି ହିଟ ଫିଲ୍ମ କରିଥିବା ବେଳେ ସେ କିଛି ହିଟ୍‌ ଫିଲ୍ମକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ସେ ବିକିନି ପାଇଁ ଏକ ହିଟ୍‌ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, ଏମିତି ଅନେକ ଫିଲ୍ମ ଅଛି ଯାହା ମୁଁ କରିପାରି ନାହିଁ। ମୁଁ ମଣି ରତ୍ନମଙ୍କ ଫିଲ୍ମ ରୋଜା କରିପାରିଲି ନାହିଁ । ଏ ନେଇ ମୁଁ ଦୁଃଖିତ।

ଏହା ବ୍ୟତୀତ ସେ ରାମା ନାଇଡୁଙ୍କ ଫିଲ୍ମ ପ୍ରେମ କଏଦୀରେ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ। ମୋତେ ପ୍ରେମ କଏଦୀରେ ବିକିନି ପିନ୍ଧିବାକୁ ପଡିଥାନ୍ତା ତେଣୁ ମୁଁ ସେହି ଫିଲ୍ମକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲି।

Share