ପରଦାରେ ବୋଲ୍ଡ ସିନ୍‌ କରିବାକୁ ମନା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀମାନେ ପରଦାରେ ଅଭିନୟ କରନ୍ତି ସତ ମାତ୍ର ଏମିତି କିଛି ସିନ୍‌ ବା ଦୃଶ୍ୟ ଥାଏ ଯାହାକୁ ସେ କରିବାକୁ ମନା କରିଥାନ୍ତି। ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି, ହିବା ନଓ୍ବାବ। ସେ ଛୋଟପରଦାରେ ଅଭିନୟ କରନ୍ତି। ବଡ଼ ଫିଲ୍ମରୁ ତାଙ୍କୁ ପାଇଁ ଅଫର ଆସିଛି କିନ୍ତୁ ବୋଲ୍ଡ କାହାଣୀ ଶୁଣି ସେ ଏହି ଅଫରକୁ ପ୍ରତ୍ୟାଖାନ କରିଦେଇଛନ୍ତି।

ଶୋ ‘ଓ୍ବେ ତୋ ହୈ ଆଲବେଲା’ରେ ହିବା ନବାବଙ୍କୁ ଦେଖିବାକୁ ମିଳୁଛି। ମାର୍ଚ୍ଚ ୧୪ରୁ ଏହି ଶୋ’ ପ୍ରସାରିତ ହେଉଛି। ଏହା ପୂର୍ବରୁ ସେ ‘ଜିଜାଜୀ ଚାଟ ପର୍‌ ହୈ’ରେ ନଜର ଆସିଥିଲେ। ଏକ ସାକ୍ଷାତକାରରେ ହିବା କହିଛନ୍ତି, ପରଦାରେ କେବେବି ନିଜର ଦେହ ଦେଖାଇ ନାହାନ୍ତି କିମ୍ବା ବୋଲ୍ଡ ସିନ୍‌ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ସେ ତାଙ୍କ ସଂସ୍କୃତିକୁ ମାନିଥାନ୍ତି।

Share