ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ, କହିଲେ ତମେ ଥିଲେ…

ଭାଲେଣ୍ଟାଇନ୍ସ ଡେ ଅର୍ଥାତ ଫେବୃୟାରୀରେ ୧୪ ରେ ପ୍ରେମୀ ଯୁଗଳମାନେ ବିବାହ କରିବାକୁ ପସନ୍ଦ କରନ୍ତି। ସେହିଭଳି ଅଭିନେତ୍ରୀ ମନ୍ଦିରା ବେଦୀ ଓ ରାଜ କୌଶଲ ମଧ୍ୟ ଏହି ଦିନ ବିବାହ ହୋଇଥିଲା। ରାଜ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି । ଗତବର୍ଷ ରାଜଙ୍କ ପରଲୋକ ହୋଇଥିଲା। ଏହି ଘଟଣା ପରେ ମନ୍ଦିରା ଭାଙ୍ଗି ଯାଇଥିଲେ । ହେଲେ ସମୟକ୍ରମେ ନିଜକୁ ଦୃଢ଼ କରି ମନ୍ଦିରା ବଞ୍ଚିବା ଆରମ୍ଭ କରିଛନ୍ତି। ଆଜିର ଦିନରେ ଯଦି ରାଜ ଥାଆନ୍ତେ, ତେବେ ମନ୍ଦିରା ତାଙ୍କର ୨୩ତମ ବିବାହ ବାର୍ଷିକୀ ପାଳିଥାନ୍ତେ ।
ଆଜିର ଦିନରେ ମନ୍ଦିରା ବିବାହର ଏକ ଫଟୋ ଶେୟାର କରି ସ୍ବାମୀଙ୍କୁ ମନେ ପକାଇ ଭାବପ୍ରବଣରେ ଲେଖିଛନ୍ତି , ‘ଆଜି ଆମର ୨୩ତମ ବିବାହ ବାର୍ଷିକୀ ହୋଇଥାନ୍ତା। ଏହା ସହ ମନ୍ଦିରା ଭାଲେଣ୍ଟାଇନ୍ସ ଡେ ହ୍ୟାସଟ୍ୟାଗ ଦେଇ ଏକ ଭଙ୍ଗା ହୃଦୟର ଇମୋଜି ଶେୟାର କରିଛନ୍ତି । ରାଜ କୌଶଲ ମନ୍ଦିରାଙ୍କର ୨ଟି ସନ୍ତାନ ଅଛନ୍ତି। ଉଭୟ ୧୯୯୯ ମସିହାରେ ବିବାହ କରିଥିଲେ। ଏକ ସାକ୍ଷାତକାରରେ ରାଜ କହିଥିଲେ ଯେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ମନ୍ଦିରାଙ୍କ ମାତାପିତାଙ୍କୁ ଭେଟିଥିଲି, ସେମାନେ ରାଗି ଯାଇଥିଲେ । ହେଲେ ବହୁ ଦିନ ବୁଝାଇବା ପରେ ସେମାନେ ବିବାହରେ ରାଜି ହୋଇଥିଲେ।

Share