ପୁରୁଣାଦିନର ସ୍ମୃତିକୁ ମନେ ପକାଇଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ଅଭିନେତ୍ରୀ ଅମିଷା ପଟେଲ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କର ପୁରୁଣା ଦିନକୁ ମନେ ପକାଇଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ତାଙ୍କର ଜନ୍ମଦିନ ଆସୁଛି। ଶେୟାର କରିଥିବା ଫଟୋରେ ସେ ସଞ୍ଜୟ ଦତ୍ତଙ୍କୁ କେକ୍‌ ଖୁଆଉଥିବା ଦେଖିବାକୁ ବି ମିଳିଛି। ଅମିଷାଙ୍କ ମୁହଁରେ ହସ ଫୁଟିଉଠିଛି। ସଞ୍ଜୟ କ୍ୟାମେରା ଆଡ଼କୁ ଚାହିଁ ରହିଛନ୍ତି।

ଅମିଷା ଲେଖିଛନ୍ତି, ମୋ’ ନିଜ ଜନ୍ମଦିନ ସଞ୍ଜୟଙ୍କ ଘରେ। ସେ ଆହୁରି ମଧ୍ୟ ଲେଖିଛନ୍ତି, ଥ୍ରୋବ୍ୟାକ ଓ୍ବିକେଣ୍ଡେ। ଅର୍ଥାତ୍‌ ଏହା ବିଗତ ଦିନର ଫଟୋ। ଏହି ପାର୍ଟିରେ କେବଳ ତାଙ୍କର ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମୋର ପ୍ରିୟ ସଞ୍ଜୟ ଏହାକୁ ମୋ ପାଇଁ ସ୍ବତନ୍ତ୍ର କରିଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ହୃଦୟବାନ ବ୍ୟକ୍ତି।

Share