ମା’ ହେବା ଖବରକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସ୍ବାମୀ ମହସିନ ଅଖତରଙ୍କ ସହ ଆଜିକାଲି ଖୁସିର ସମୟ ବିତାଉଛନ୍ତି। ନିକଟରେ ମହସିନ ସୋସିଆଲ ମିଡିଆରେ ଏକ କୁନି ଝିଅ ସହ ଫଟୋ ଶେୟାର କରିଥିଲେ। ମହସିନ୍‌ କୁନି ଝିଅକୁ ନିଜ କୋଳରେ ବସାଇଥିବା ଦେଖିବାକୁ ମିଳିଥିଲା।

ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଭାବି ନେଇଥିଲେ କି ଏହି ଶିଶୁକନ୍ୟାକୁ ସେ ନିଜ ଝିଅ କରିନେଇଛନ୍ତି। ଏହି ଖବର ଜାଣିବା ପରେ ଉର୍ମିଳା କହିଥିଲେ, ଏରା ମୋ ଝିଆରୀ। ମହସିନ କହିଥିଲେ ମୋ’ ଭାଇଙ୍କ ଝିଅ। ଏହା ପରେ ପ୍ରଶଂସକ ଚୁପ୍‌ ପଡ଼ିଥିଲେ।

Share