ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍‌ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ ଟିମ୍‌ର ପ୍ରମୁଖ ସଦସ୍ୟ ବୋଲି କୁହାଯାଉଥିଲା। ଏନେଇ ସେ କହିଛନ୍ତି ଯେ ମୁଁ ଭାରତୀୟ ରାଜନୀତିରେ ଏବଂ ଚଳଚ୍ଚିତ୍ର ଜଗତକୁ ଯାହା ଭାବି ଆସିଥିଲି, ତାହା ଘଟିଲା ନାହିଁି।ଅନୁଯାୟୀ ନୁହେଁ। ତେଣୁ ମୁଁ ଏହାରୁ ବିଦାୟ ନେଉଛି ସୋସିଆଲ ମିଡିଆରେ ରମ୍ୟା ଏହି ଘୋଷଣା କରିଛନ୍ତି। ସେ ଦୀର୍ଘ ଦିନ ଧରି କଂଗ୍ରେସ ଦଳର ସୋସିଆଲ ମିଡିଆ ଇନଚାର୍ଜ ଥିଲେ। ବେଙ୍ଗାଲୁରୁରେ ଜନ୍ମ ହୋଇଥିବା ରମ୍ୟା ଓରଫ୍‌ ଦିବ୍ୟା ସ୍ପନ୍ଦାନା କନ୍ନଡ ଫିଲ୍ମରେ ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ଏହାସହ ସେ କିଛି ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ରମ୍ୟା ପୁନିତ ରାଜକୁମାରଙ୍କ ସହ ୨୦୦୩ରେ କନ୍ନଡ ଚଳଚ୍ଚିତ୍ର ‘ଅଭି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦୁଇଥର କନ୍ନଡ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। ୨୦୧୩ରେ କର୍ନାଟକର ମାଣ୍ଡ୍ୟା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଜିତି ରମ୍ୟା ଭାରତୀୟ ଜାତୀୟ କଂଗ୍ରେସର ଏମ୍‌ପି ହୋଇଥିଲେ। ଏହା ପରେ, ସେ ୨୦୧୪ ସାଧାରଣ ନିର୍ବାଚନରେ ପୁନର୍ବାର ମାଣ୍ଡ୍ୟାରୁ ଲଢି ୫୫୦୦ ଭୋଟରେ ହାରି ଯାଇଥିଲେ।

Share