ବିବାହର ୧୪ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବଲିଉଡର ‘ଖଲାସ ଗର୍ଲ’ ଅର୍ଥାତ୍‌ ଇଶା କୋପିକର ତାଙ୍କ ସ୍ବାମୀ ଟିମି ନାରଙ୍ଗଙ୍କଠାରୁ ଅଲଗା ହୋଇଯାଇଛନ୍ତି। ବିବାହର ୧୪ ବର୍ଷ ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି। ଇଶା ଏବଂ ଟିମି ନଭେମ୍ବରରେ ନିଜେ ଛାଡପତ୍ର ନେଇଥିଲେ। ଇଶା ୯ ବର୍ଷର ଝିଅ ସହ ସ୍ବାମୀଙ୍କ ଘର ଛାଡିଛନ୍ତି।
ଇଶା ଏବଂ ଟିମି କିଛି ଦିନ ପୂର୍ବରୁ ଝଗଡା କାରଣରୁ ଅଲଗା ରହୁଥିଲେ। ଯଦିଓ ଅଲଗା ହେବା ପୂର୍ବରୁ ଉଭୟ ନିଜ ବିବାହକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହୋଇ ନ ଥିଲେ। ତେଣୁ ବର୍ତ୍ତମାନ ଇଶା ଛାଡପତ୍ର ନିଷ୍ପତ୍ତି ନେଇଛନ୍ତି।
ଇଶା ନଭେମ୍ବର ୨୦୦୯ରେ ଟିମି ନାରଙ୍ଗକୁ ବିବାହ କରିଥିଲେ। ଦୁହେଁ ଏକ ଜିମରେ ଭେଟିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ଦୁହେଁ ବିବାହ କରିଥିଲେ।
ଇଶାଙ୍କୁ ଶେଷରେ ତାମିଲ ଚଳଚ୍ଚିତ୍ର ‘ଆୟଲାନ’ରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ତାଙ୍କୁ ‘ଲଭ ୟୁ ଲୋକତନ୍ତ୍ର’, ‘ଅସି ନବେ ପୂରେ ସୌ’ ଏବଂ ‘କବଚା’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।

Share