ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ପ୍ରେମିକ ରଣବୀର କପୁରଙ୍କୁ ନେଇ ହେଉ କିମ୍ବା ନିଜର ଫଟୋ ଏବଂ ଫିଲ୍ମକୁ ନେଇ। ବର୍ତ୍ତମାନ ଆଲିଆ ତାଙ୍କର ତିନୋଟି ବାଥରୁମ୍‌ ସେଲ୍‌ଫି ଯୋଗୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଆଲିଆଙ୍କ ଏହି ଫଟୋଗୁଡ଼ିକ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବାଥରୁମ୍‌ ମିରର ସାମ୍ନାରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି।

ଏହି ଫଟୋଗୁଡ଼ିକ ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଆଲିଆ ସମାନ ଅବସ୍ଥାରେ, ସମାନ ସ୍ଥାନରେ ତିନୋଟି ଭିନ୍ନ ପୋଷାକରେ ନଜର ଆସିଛନ୍ତି। ପ୍ରଥମ ଫଟୋରେ ସେ ଏକ ହଳଦିଆ ଛୋଟ ପୋଷାକରେ ନଜର ଆସିଛନ୍ତି। ପାଖରେ ଏକ ବ୍ୟାଗ୍‌ ରଖାଯାଇଛି। ସେହିପରି ଦ୍ୱିତୀୟ ଫଟୋରେ ଏକ ଧଳା ଫୁଲପକା ଡ୍ରେସ୍‌ରେ ନଜର ଆସିଛନ୍ତି ବ୍ୟାଗ୍‌ଟି ମଧ୍ୟ ତାଙ୍କ ସାମ୍ନାରେ ରହିଛି। ତୃତୀୟ ଫଟୋରେ ଏକ ଧଳା ରଙ୍ଗର ଡ୍ରେସ୍‌ରେ ଦେଖିବାକୁ ମିଳିଛନ୍ତି।ଫଟୋ ଶେୟାର କରିବା ସହିତ ଆଲିଆ ପ୍ରଶଂସକମାନଙ୍କୁ ପଚାରିଛନ୍ତି,‘ପାର୍ଥକ୍ୟ ଖୋଜ’। ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ନାନା କଳ୍ପନା କରିବା ସହ ଅନେକ ଅଜବ ପ୍ରଶ୍ନ ପଚାରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବ୍ୟାଗ୍‌ଟି ଅଲଗା ଅଲଗା ସ୍ଥାନରେ ରଖାଯାଇଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆଉ କେଉଁ ବନ୍ଧୁଙ୍କ କଥା କହୁଛନ୍ତି ବୋଧେ।

Share