ବିକ୍‌ନୀ ପିନ୍ଧି ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ। ସୋସିଆଲ ମିଡିଆରେ ଏହି ଦୁଇଜଣ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଶିବାନୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଫରହାନ୍‌ କମେଣ୍ଟ କରି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।

ଶେୟାର ହୋଇଥିବା ଫଟୋରେ ଶିବାନୀ ବିକ୍‌ନୀ ପିନ୍ଧିଛନ୍ତି। ଯେଉଁଥିରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଛନ୍ତି। ଶିବାନୀଙ୍କ ଏହି ଫଟୋରେ ବହୁ କମେଣ୍ଟ ଆସୁଥିବା ଦେଖିବାକୁ ମିଳିଛି। ସେଥିରେ ଫରହାନ୍‌ଙ୍କ କମେଣ୍ଟ ବି ରହିଛି। ଶିବାନୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ଏକ ବ୍ଲୁ କଲରର ବିକ୍‌ନୀ ପିନ୍ଧି ସମୁଦ୍ର କୂଳରେ ବସିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋ ଶେୟାର କରି ଶିବାନୀ କ୍ୟାପଶନ ଲେଖିଛନ୍ତି, ‘ସମୁଦ୍ର କୂଳ ବହୁତ ସୁନ୍ଦର’।

ଶିବାନୀ ଏହି ଫଟୋ ଦ୍ୱାରା ପ୍ରଶଂସକମାନଙ୍କଠାରୁ ଅନେକ ଲାଇକ୍‌ ଏବଂ କମେଣ୍ଟ ସାଉଁଟୁଛନ୍ତି। ତାଙ୍କ ବୟଫ୍ରେଣ୍ଡ ଫରହାନ ହାର୍ଟ ଇମୋଜି ଦେଇଛନ୍ତି। ଦୁଇଜଣଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା, ୨୦୨୦ରେ ଏମାନଙ୍କର ବିବାହ ହେବ। ମାତ୍ର ତାହା ଗୁଜବ ଥିଲା। ଚଳିତବର୍ଷ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏକଥାକୁ ମଧ୍ୟ ଅସ୍ବୀକାର କରିଛନ୍ତି ଏହି ଯୋଡ଼ି। ବର୍ତ୍ତମାନ ନିଜ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ। ତେଣୁ ବିବାହ ସମ୍ପର୍କରେ ଭାବି ନାହାନ୍ତି ବୋଲି କହିଛନ୍ତି।

Share