୪୮ ହଜାର ଟଙ୍କାର ଶାଢ଼ି ପିନ୍ଧି ଫିଲ୍ମ ଶୁଟିଂ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ‘ଶେରଶାହ’ରେ ନଜର ଆସିବେ। ଏହି ଫିଲ୍ମର ପ୍ରମୋଶନ କରିଛନ୍ତି। ସୋସିଆଲ ମିଡିଆରେ କିଆରା ଏକ ନୂଆ ଫଟୋ ଶୁଟ୍‌ ପାଇଁ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ସେ ଶେରଶାହ ପ୍ରମୋଶନ ଉତ୍ସବରେ ଏକ ଗ୍ରୀନ୍‌ କଲରର ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ସବୁଠୁ ଖାସ୍‌ କଥା ହେଲା ଏହି ଫିଲ୍ମରେ କିଆରା ଯେଉଁ ଶାଢ଼ି ପିନ୍ଧି ଶୁଟିଂ କରିଛନ୍ତି ତାହାରଦାମ୍‌ ୪୮ ହଜାର ଟଙ୍କା। ଏହି ଶାଢ଼ି ବ୍ୟତୀତ କିଆରା ଟିକିଲି, କାନ ଝୁମୁକା ଏବଂ ଚୁଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ପ୍ରିଣ୍ଟେଡ ବ୍ଲାଉଜ ମଧ୍ୟ ପିନ୍ଧିଥିବା ନଜର ଆସିଛନ୍ତି।

ଶେରଶାହର ଟ୍ରେଲର ଲଞ୍ଚ ସମୟରେ କିଆରା ଆଇବର-ହ୍ବାଇଟ୍‌ ଶାଢ଼ିରେ ନଜର ଆସିଛନ୍ତି। ଏହି ଫିଲ୍ମରେ କିଆରା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।

Share