ଟିଭି ଅଭିନେତ୍ରୀ ଅନୀତା ହାସନନ୍ଦାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମା’ ହେବା ପରଠାରୁ ସେ ନିଜ ପୁଅ ସହ ଏବେ ସମୟ ବିତାଉଛନ୍ତି। ସେ ପ୍ରାୟତଃ ପୁଅ ଏବଂ ସ୍ବାମୀ ରୋହିତ ରେଡ୍ଡୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ବାୀଙ୍କୁ ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି। ଅନୀତାଙ୍କ ଏହି ଭିଡିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି। ଏଥି ସହ ରୋହିତ ମଧ୍ୟ ପ୍ରତିଶୋଧ ନେବେ ବୋଲି କହିଛନ୍ତି। ଭିଡିଓରେ ରୋହିତ ଏକ ଚେୟାରରେ ବସିଛନ୍ତି ଏବଂ ଅନୀତା ତାଙ୍କ ପଛପଟେ ସ୍ବାମୀଙ୍କୁ କହିଛନ୍ତି ଯେ ମୋର ଏକ ଅଦୃଶ୍ୟ ସୂତା ଅଛି ଏବଂ ମୁଁ ଏହାକୁ ଗୋଟିଏ କାନରେ ରଖି ଅନ୍ୟ କାନରୁ ବାହାର କରିଦେବି। ପରେ ଭିଡିଓରେ ଅନୀତା ରୋହିତଙ୍କୁ ପଚାରିଛନ୍ତି କି କିଛି ଘଟିଛି କି? ରୋହିତ ମନା କରିଦେଇଛନ୍ତି। ତା’ପରେ ହଠାତ୍ ଅନୀତା ରୋହିତଙ୍କ ମୁହଁକୁ ଚାପୁଡ଼ା ମାରିଲେ। ଏହି ଭିଡିଓ ଶେୟାର କରିବାବେଳେ ଅନୀତା ଲେଖିଛନ୍ତି, ଦୟାକରି ଏହାକୁ ଘରେ ଚେଷ୍ଟା କରନ୍ତୁ।
ଫେବୃଆରୀ ୨୦୨୧ରେ ଅନୀତା ପ୍ରଥମ ଥର ପାଇଁ ମା’ ହୋଇଥିଲେ। ଉଭୟେ ୨୦୧୩ରେ ବିବାହ କରିଥିଲେ। ଅନୀତା ଦୀର୍ଘ ବର୍ଷ ଧରି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି। ଏଥି ସହିତ ରୋହିତ ଜଣେ ବ୍ୟବସାୟୀ ଅଟନ୍ତି।