ଗୋଟିଏ ସିନ୍‌ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରକୁଲ ତାଙ୍କର ନୂଆ ଫିଲ୍ମ ‘ଆଇ ଲଭ୍‌ ୟୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରେମ, ସସ୍‌ପେନ୍ସ ଏବଂ ଥ୍ରିଲରରେ ପରିପୂର୍ଣ୍ଣ ଏହି ଫିଲ୍ମ ପାଇଁ ରକୁଲ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ଏକ ସିନ୍‌ ପାଇଁ ରକୁଲଙ୍କୁ ୧୪ ଘଣ୍ଟା ପାଣିରେ ରହିବାକୁ ପଡ଼ିଛି। ଏହି କଥା ନିଜେ ରକୁଲ ପ୍ରକାଶ କରିଛନ୍ତି।

୧୬ ଜୁନ୍‌ରେ ଜିଓ ସିନେମାରେ ଏହି ଫିଲ୍ମ ଏହାର ଡିଜିଟାଲ ପ୍ରିମିୟର୍‌ ପାଇଁ ପ୍ରସ୍ତୁତ ହୋଇଛି। ପ୍ରେମ, ବିଶ୍ୱାସଘାତକତା ଏବଂ ପ୍ରତିଶୋଧର କାହାଣୀ ଏଥିରେ ରହିଛି। ଓଟିଟିରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମରେ ପ୍ରେମକୁ ନେଇ ଉତ୍ସାହ ରହିଛି।

ଏକ ସାକ୍ଷାତକାରରେ ରକୁଲ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କରିଥିବା ସମସ୍ତ ଫିଲ୍ମରୁ ଏହା ଭିନ୍ନ ଅଟେ। ଏହି କାହାଣୀରେ ଡ୍ରାମା, ସସପେନ୍ସ ଏବଂ ଥ୍ରିଲର ମିଶି କି ରହିଛି। ଏହାର କାହାଣୀ ଅତ୍ୟନ୍ତ ତୀକ୍ଷ୍ଣ। ଏହା ଉପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ମୁଁ ବହୁତ ଉତ୍ସାହିତ ବୋଲି ସେ କହିଛନ୍ତି। ଫିଲ୍ମର ଆଇଡିଆ ମୋ ପାଇଁ ସହଜ ନ ଥିଲା। ଏଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ମୋତେ ପୂରା ମାସେ ଲାଗିଲା।

ସେ କହିଛନ୍ତି, ଅଣ୍ଡର ଓ୍ବାଟରରେ ଶୁଟିଂ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ଥିଲା। ମୁଁ ଅପରାହ୍ନ ୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ପାଣିରେ ଥିଲି ଏବଂ ଦିନସାରା ଓଦା ଥିଲି। ପାଣି ବହୁତ ଥଣ୍ଡା ଥିଲା। ତେଣୁ ମୋ ଦେହ ଅତ୍ୟଧିକ ଥଣ୍ଡା ନ ହେବା ପାଇଁ ପ୍ରତ୍ୟେକ ଶୁଟ୍‌ ପରେ ମୋ ଉପରେ ଗରମ ପାଣି ଢଳାଯାଉଥିଲା। ଅବଶ୍ୟ ପାଣିରେ ଥିବା କ୍ଲୋରିନ୍‌ ଯୋଗୁ ଆଖି ପୋଡୁଥିଲା। ତଥାପି ଏହାକୁ ମୁଁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିନେଇ ଖୁବ୍‌ ଏନ୍‌ଜୟ କରିଥିଲି।

Share