ପ୍ଲାଷ୍ଟିକ ସର୍ଜରୀ ନେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ନେଲେ ଏଭଳି ନିଷ୍ପତ୍ତି

ମୁମ୍ବାଇ ୨୩।୦୮: ବଲିଉଡ ଅଭିନେତ୍ରୀ ଆୟେଶା ଟାକିଆଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ଦିନଥିଲା  ଯେତେବେଳେ  ତାଙ୍କ ଅଭିନୟରେ ଦର୍ଶକ ନିଜକୁ ହଜାଇ ଦେଉଥିଲେ। ହଠାତ୍‌ ସେ ନିଜକୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ଦେଇଥିଲେ।ମାତ୍ର  ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ ଥିଲେ।  ସେଥିରେ ସେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ଶେୟାର କରନ୍ତି।  ହେଲେ କିଛିଦିନ ହେଲା ସେ ପ୍ଲାଷ୍ଟିକ ସର୍ଜରୀ ନେଇ ଚର୍ଚ୍ଚାରେ ରହିଥିଲେ। ସେ ଟ୍ରୋଲ ହେବା ପରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କରିଥିବା ଜଣାପଡିଛି ।
ନିକଟରେ ଅଭିନେତ୍ରୀ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଥିଲେ। ଯେଉଁଥିରେ ତାଙ୍କ ମୁହଁରେ ପରିବର୍ତ୍ତନ ଦେଖାଯିବାରୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ନେଟେନିଜେନ୍ସ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ନେଇ କହିଥିଲେ। ଆୟେଶା ଏସବୁକୁ ସହ୍ୟ କରିପାରି ନ ଥିଲେ ୨୩ ଅଗଷ୍ଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କରିଦେଇଥିଲେ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ୱାଣ୍ଟେଡ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ଟାରଜାନ ଦି ୱାଣ୍ଡର କାରରେ ଆୟେଶା ନିଜ ଅଭିନୟ ଯାଦୁ  ଦେଖାଇ ଥିଲେ।
୩୮ ବର୍ଷିୟା ଆୟେଶାଙ୍କ ଲୁକ୍ ବିଷୟରେ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି କି? ଅନ୍ୟ ଜଣେ ଲେଖିଛନ୍ତି, ତୁମେ ନିଜ ଚେହେରା ସହିତ କଣ କରିଛ, ପ୍ଲାଷ୍ଟିକ୍ ସର୍ଜରୀର ଆବଶ୍ୟକତା କ’ଣ ଥିଲା’ । ଏଥି ସହିତ, ଆୟେଶାଙ୍କ ପ୍ରଶଂସକମାନେ ଲେଖୁଛନ୍ତି ଯେ ଆପଣ ବାର୍ବୀ ଡଲ୍ ଠାରୁ କମ୍ ନୁହଁନ୍ତି ।
Share