ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନ ଏବଂ ରେଖା ହିନ୍ଦୀ ସିନେମା ଜଗତର ସଫଳ ଯୋଡ଼ି ଥିଲେ। ଏମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସେହି ସମୟରେ ଉଭୟଙ୍କ ଲୁଚାଛପା ପ୍ରେମ ବିଷୟରେ ବି ଅନେକ ଚର୍ଚ୍ଚା ହେଉଥିଲା।
ଅମିତାଭ ଏବଂ ରେଖାଙ୍କ ଯୋଡ଼ି ଉଭୟ ଅନ୍-ସ୍କ୍ରିନ ଏବଂ ଅଫ୍ ସ୍କ୍ରିନ୍ରେ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ଉଭୟେ ନିଜ ପ୍ରେମକୁ ସମସ୍ତଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଲୁଚାଇ ରଖିଛନ୍ତି। କିନ୍ତୁ ଅମିତାଭଙ୍କ ସହ ସମୟ ବିତାଇବା ପାଇଁ ରେଖା ସବୁବେଳେ କିଛି ନା କିଛି ବାହାନା ଖୋଜୁଥିଲେ। ଏ ସମ୍ପର୍କରେ ଏକ ସାକ୍ଷାତକାରରେ ରେଖାଙ୍କ କୋ-ଷ୍ଟାର ରଞ୍ଜିତ କହିଥିଲେ।
ରେଖା ଏବଂ ରଞ୍ଜିତ ଏକ ଫିଲ୍ମରେ ଏକାଠି କାମ କରିଥିଲେ। ସେହି ସମୟରେ ରେଖା ଏବଂ ଅମିତାଭଙ୍କ ମଧ୍ୟରେ ପ୍ରେମକୁ ନେଇ ଚର୍ଚ୍ଚା ହେଉଥିଲା। ରେଖା ସନ୍ଧ୍ୟାରେ ଅମିତାଭଙ୍କ ସହ ସମୟ ବିତାଇବାକୁ ଚାହୁଁଥିବାରୁ ସେ ଫିଲ୍ମର ନିର୍ଦ୍ଦେଶକଙ୍କୁ କହିଥିଲେ ଯେ, ସେ ସାରେ ଶୁଟିଂ କରିବେ ନାହିଁ। ରଞ୍ଜିତ ରେଖାଙ୍କୁ ତାଙ୍କ ଫିଲ୍ମ ‘କାରନାମା’ରେ କାଷ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ରେଖାଙ୍କ ସମୟ ନ ଥିବାରୁ ଏହି ଭୂମିକା ଫରାହ ରାଜଙ୍କୁ ଦିଆଯାଇଥିଲା। ଏକ ସାକ୍ଷାତକାରରେ ରଞ୍ଜିତ ଏହି ଘଟଣା ବିଷୟରେ ଖୋଲାଖୋଲି କହିଥିଲେ।