ମହାକଳେଶ୍ୱର ମନ୍ଦିର ପରିଦର୍ଶନ କଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର ଖୁବ୍‌ କମ୍‌ ସମୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରପାରିଛନ୍ତି। ନିକଟରେ ଭୂମି ପେଡନେକର ମଧ୍ୟପ୍ରଦେଶର ଉଜୈନରେ ପହଞ୍ଚି ମହାକଳେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମଙ୍ଗଳବାର ଅଭିନେତ୍ରୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏହାର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ, ଭୂମି ମହାକଳେଶ୍ୱର ମନ୍ଦିର ପରିଦର୍ଶନ କରିବାକୁ ଆସିଛନ୍ତି। ତାଙ୍କ ସହିତ ଭଉଣୀ ସମୀକ୍ଷା ପେଡନେକର ମଧ୍ୟ ଅଛନ୍ତି। ଏହି ଫଟୋ ଶେୟାର କରି ଅଭିନେତ୍ରୀ କ୍ୟାପଶନରେ ଲେଖିଛନ୍ତି, ଏଠାରେ ଶାନ୍ତି ଏବଂ ନିରାପତ୍ତା ଅଛି, ଯାହାକୁ ଅନୁଭବ କରିବା ଆବଶ୍ୟକ।

Share