ଡାକ୍ତର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ, କେବଳ ଏହି କାରଣ ପାଇଁ ବାଛିଲେ ଫିଲ୍ମ ଜଗତ

ନିଜ ଚମତ୍କାର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ତେଲୁଗୁ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ହିନ୍ଦୀ, ତାମିଲ, ମାଲାୟାଲମ ଏବଂ ବଙ୍ଗଳା ଭାଷାରେ ମଧ୍ୟ ଫିଲ୍ମ କରିଥିଲେ। ସେ ଛୋଟରୁ ବଡ ପର୍ଯ୍ୟନ୍ତ ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ରହିଥିଲେ।
ସେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ। ୱାହିଦା ପ୍ରଥମେ ଡାକ୍ତର ହେବାକୁ ଚାହୁଁଥିଲେ। ସେ ଅଳ୍ପ ବୟସରେ ପିତାଙ୍କୁ ହରାଇଥିଲେ। ପରେ ସେ ପରିବାର ଲାଗି ଚଳଚ୍ଚିତ୍ରକୁ ଆସିଥିଲେ ।

Share