ଓକିଲ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କୁଲ୍‌ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପାଇଁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ, ପିଲାଦିନେ କୌଣସି କଥା ବୁଝିବା କ୍ଷମତା ମୋ’ ପାଖରେ ନ ଥିଲା। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ, ଜଣେ ଅଭିନେତ୍ରୀ ହେବା ପୂର୍ବରୁ ସେ ଆଇନ ପଢୁଥିବା ସମୟରେ ଜଣେ ଆଡଭୋକେଟ୍‌ ହେବାକୁ ପ୍ରସ୍ତୁତ ହୋଇଥିଲେ। ଆହୁରି ମଧ୍ୟ ନିଜକୁ କହିଥିଲେ, ‘କେବଳ ସ୍ବପ୍ନକୁ ଅନୁସରଣ କର ଏବଂ ଓକିଲ ହୁଅ’।

ଇଶା ୨୦୧୨ରେ କ୍ରାଇମ ଥ୍ରୀଲର ‘ଜନ୍ନତ-୨’ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ଅଭିନେତା ଇମ୍ରାନ ହାଶ୍‌ମୀ ଏବଂ ରଣଦୀପ ହୁଡ୍ଡାଙ୍କ ସହ ନଜର ଆସିଥିଲେ ଏବଂ ସେବେଠାରୁ ସେ ପଛକୁ ଫେରିନାହାନ୍ତି।

Share