ବର୍ଷକ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୧୦ା୯: ଅଭିନେତ୍ରୀ ସୋନମ କପୁର ଅଗଷ୍ଟ ୨୦ରେ ଏକ ସନ୍ତାନର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କିନ୍ତୁ ସୋନମ ୨୦୨୦ରେ ମା’ ହେବାକୁ ଚାହୁଁଥିଲେ। ସେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁ ତାଙ୍କ ଯୋଜନାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏକଥା ଆମେ କହୁନୁ। ନିକଟରେ ଏକ ସାକ୍ଷାତକାରରେ ସୋନମ ଏକଥା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଆମେ ୨୦୨୦ରେ ଏକ ସନ୍ତାନ ପାଇଁ ଯୋଜନା କରିଥିଲୁ। କିନ୍ତୁ କରୋନା ମହାମାରୀ ଯୋଗୁ ଡାକ୍ତରଖାନାର ଅବସ୍ଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିଲା। ସୋନମ କହିଛନ୍ତି, ୨୦୧୮ରେ ବିବାହ ପରେ ମୋ ସ୍ବାମୀ ଆନନ୍ଦ ଆହୁଜା ଏବଂ ମୁଁ ସ୍ଥିର କରିଥିଲୁ ଯେ, ଆମେ ୨ ବର୍ଷ ଅପେକ୍ଷା କରିବୁ। କିନ୍ତୁ ଏହାପୂର୍ବରୁ ୨୦୧୯ରେ କରୋନା ମହାମାରୀ ଆସିଥିଲା। ଏହି ସମୟରେ, ଆମର ଅନେକ ବନ୍ଧୁ ଏବଂ ପରିଚିତମାନେ ମଧ୍ୟ ବହୁତ ଖରାପ ସମୟ ମଧ୍ୟରେ ସଂଘର୍ଷ କରିଥିଲେ। ଏଥିସହ ଡାକ୍ତରଖାନାର ଅବସ୍ଥା ମଧ୍ୟ ଦ୍ୱନ୍ଦ୍ୱରେ ପକାଇଥିଲା। ତେଣୁ ନିଷ୍ପତ୍ତି ସ୍ଥଗିତ ରଖିଥିଲୁ। ସବୁ କିଛି ସ୍ବାଭାବିକ ହେବା ପରେ ଆମେ ସନ୍ତାନ ପାଇଁ ଚାହିଁଥିଲୁ। ଗତ ଅଗଷ୍ଟରେ ଆମର ଏକ ପୁତ୍ର ସନ୍ତାନ ହୋଇଛି।

Share