୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଭୂମି ବ୍ୟକ୍ତିଗତ ଜୀବନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତିନି ଫିଲ୍ମକୁ ନେଇ ତା’ଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି।

ଏକ ସାକ୍ଷାତକାରରେ ଭୂମି କହିଛନ୍ତି, ମୁଁ ବହୁତ ରୋମାଣ୍ଟିକ୍‌। ଏହା ସହିତ ମୋତେ ପିଲା ବହୁତ ପସନ୍ଦ। ବିବାହ ପ୍ରଶ୍ନ ପଚରାଯିବାରୁ ଭୂମି କହିଛନ୍ତି, ମୋତେ ବିବାହ ଉପରେ ଭରସା ଅଛି। ମୁଁ ଚାହିଁବି ଗୋଟିଏ ଦିନରେ ବିବାହ କରିବି ଆଉ ମୋର ୩-୪ ପିଲା ବି ହେବେ। ଯେତେବେଳେ ପରଫେକ୍ଟ ବିବାହ କଥା ଉଠିବ ସେତେବେଳେ ମୁଁ ଫିଲ୍ମ ହୋଇଯିବି। ମୁଁ ଭାବୁଛି ବିବାହ ବିଷୟରେ କିଛି କଥା ଅଛି, ଯାହାକୁ ନେଇ ମୁଁ ବୁଝାଇ ପାରିବି ନାହିଁ। ଯଦି ମୋ ପସନ୍ଦର ସାଥୀ ମିଳନ୍ତି ମୁଁ ନିଶ୍ଚିତ ବିବାହ କରିବି। ବିବାହ ପାଇଁ ପ୍ରଥମେ କମ୍ପାନିୟନଶିପ୍‌କୁ ଦେଖିବି।

ମୋ ମାତାପିତା ବହୁତ ପ୍ରୋଗ୍ରେସିଭ୍‌। ବିବାହ ଆମ ମଧ୍ୟରେ ଏକ ଅଂଶ ହୋଇନାହିଁ। ମୋ ଉପରେ ଏବଂ ମୋ ଭଉଣୀ ଉପରେ ମାତାପିତାଙ୍କର ଯଥେଷ୍ଟ ଭରସା ଅଛି। ଆମେ ଗର୍ବିତ ଯେ ଆମେ ସମାଜରେ ଦାୟିତ୍ୱବାନ ନାଗରିକ।

ଆହୁରି ମଧ୍ୟ ଭୂମି କହିଛନ୍ତି, ଆମ ଘରେ ମୋ’ ମା ହେଉଛନ୍ତି ବସ୍‌। ଘରେ ଥିବା ବେଳେ ବହୁତ ମଜା କରନ୍ତି ବୋଲି ଭୂମି କହିଛନ୍ତି। ଅମିର ଖାନ୍‌, ଶାହାରୁଖ୍‌ ଖାନ୍‌ ଏବଂ ଶାହିଦ କପୁରଙ୍କ ସହିତ ଭୂମି କାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି।

Share