Advertisement

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ ଅଲି ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ପ୍ରମୋଶନ ପାଇଁ ‘ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ ୟାମି। ଏହି ଶୋ’ରେ କପିଲ ତାଙ୍କ ବିବାହ ପରେ ହନିମୁନ ଯିବା ନେଇ ପ୍ରଶ୍ନ କରିଥିଲେ। ଜବାବରେ ୟାମି କହିଥିଲେ ଆମେ ଦୁଇ ପରିବାର ସହ ହନିମୁନ ଯିବାକୁ ପସନ୍ଦ କରିବୁ। କପିଲ ତତକ୍ଷଣାତ କହିଥିଲେ ତୁମକୁ କେହି କହି ନାହାନ୍ତି ହନିମୁନ୍‌ରେ ପରିବାର ଲୋକଙ୍କୁ ନିଅନ୍ତି ନାହିଁ, ସେଠାକୁ ଯାଇ ପରିବାର ତିଆରି ହୁଏ? ୟାମି କହିଛନ୍ତି ଆମେ ଦୁହେଁ ଚାହୁଁ ସମସ୍ତେ ଏକାଠି ହୁଅନ୍ତୁ। ଆମେ ଆମ ପରିବାର ପାଖରେ ରହିବାକୁ ପସନ୍ଦ କରୁ ବୋଲି ୟାମି କହିଛନ୍ତି।
ନିକଟରେ ୟାମି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ପରିବାରର କିଛି ଘନିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ସେ ସାତ ଫେରା ନେଇଥିଲେ। ୟାମିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share