ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ନିଃସ୍ବାର୍ଥପର ଭାବରେ ଲୋକଙ୍କ ସେବା କରୁଛନ୍ତି। ତାଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ମାନେ ମଧ୍ୟ ତାଙ୍କୁ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅଭିନେତ୍ରୀ ହୁମା କୁରେଶୀ କହିଛନ୍ତି ଯେ, ଯଦି ସୋନୁ ସୁଦ ନିର୍ବାଚନରେ ଛିଡା ହୁଅନ୍ତି, ତେବେ ସେ ତାଙ୍କୁ ଭୋଟ ଦେବେ। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ସୋନୁ ସୁଦଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ହୁମା କୁରେଶୀଙ୍କୁ ପଚାରାଯାଇଥିଲା ଏମିତି ଜଣେ ଜଣେ ବଲିଉଡ ଅଭିନେତାଙ୍କ ନାଁ କୁହନ୍ତୁ ଯେ କି ଜଣେ ଭଲ ରାଜନେତା ହୋଇପାରିବେ। ଏହାର ଉତ୍ତରରେ କୌଣସି ସମୟ ନ ନେଇ ହୁମା ତୁରନ୍ତ ସୋନୁ ସୁଦଙ୍କ ନାମ ନେଇଥିଲେ। ହୁମା କହିଛନ୍ତି, ମୁଁ ଭାବୁଛି ସୋନୁ ସୁଦ ନିର୍ବାଚନରେ ଛିଡା ହେବା ଉଚିତ୍‌। ମୁଁ ତାଙ୍କୁ ଭୋଟ ଦେବି, ମୁଁ ଚାହୁଁଛି ସେ ଆମର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏବଂ ଏହା ବହୁତ ଭଲ ହେବ। ହୁମାଙ୍କ ପୂର୍ବରୁ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ମଧ୍ୟ ସୋନୁଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ମତ ଦେଇଥିଲେ।

Share