ସଲମାନଙ୍କ ପାଦ ଧୋଇବାକୁ ଚାହାନ୍ତି ଏହି ଅଭିନେତ୍ରୀ, କାରଣ ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସ୍ବାଓନ୍ତ ସଲମାନ ଏବଂ ତାଙ୍କ ପରିବାରକୁ ସବୁବେଳେ ଶ୍ରେୟ ଦେଇଥାନ୍ତି। ରାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ସଲମାନ ଏବଂ ତାଙ୍କ ପରିବାରର ପାଦ ଧୋଇବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସାରା ଜୀବନ ମୁଁ ସଲମାନଙ୍କ ନିକଟରେ ଋଣୀ। ତାଙ୍କ ପାଇଁ କିଛି ବି କରିପାରିବି।

ସେ କହିଛନ୍ତି, ଏହି ଜନ୍ମ ପାଇଁ ମୁଁ ସଲମାନଙ୍କ ପ୍ରତି ବହୁତ କୃତଜ୍ଞ। ମୋର ଏକ ସ୍ବପ୍ନ ଅଛି ମୁଁ ସଲମାନଙ୍କ ପାଦ ଧୋଇବାକୁ ଚାହୁଁଛି। ମୁଁ ଯେପରି ମୋ ମା’ର ପାଦ ଧୋଇଛି, ମୁଁ ସଲମାନ ଖାନ, ତାଙ୍କ ପରିବାର, ମାତାପିତା ସୋହେଲଜୀଙ୍କର ପାଦ ଧୋଇବାକୁ ଚାହୁଁଛି। ସେ ଏପରି କରିବାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି, ସଲମାନ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ବହୁତ ସାହାଯ୍ୟ କରିଛନ୍ତି।

ସେ ମୋ’ ମାକୁ ମୋତେ ଫେରାଇ ଦେଇଛନ୍ତି। ବିଗ ବସ୍‌ରୁ ବାହାରିବା ପରେ ମୋର ଟଙ୍କା ନଥିଲା। ଯେତିକି ଟଙ୍କା ଥିଲା ମୋ ସ୍ବାମୀ ଏବଂ ଭାଇ ମା’ଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥିଲେ। ଏଭଳି ପରିସ୍ଥିତିରେ ଡାକ୍ତର ମୋ ମା’ଙ୍କର ଜରୁରୀ ଅପରେଶନ କରିବାକୁ କହିଥିଲେ। ତା’ପରେ ମୁଁ ସଲମାନ ଜୀଙ୍କୁ କହିଲି, ସେ କର୍କଟ ରୋଗ ପାଇଁ ଜଣେ ଭଲ ଡାକ୍ତରଙ୍କୁ ଡାକି ମା’ଙ୍କର ଅସ୍ତ୍ରୋପଚାର କରାଇଥିଲେ। ତିନିରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଖାନାରେ ଥିଲେ ମା’। ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା।

ତେଣୁ ମୁଁ ଏ ଜନ୍ମରେ ସଲମାନଙ୍କ ନିକଟରେ ଚିର ଋଣୀ ଅଟେ। ସେ ମୋ’ ଗଡଫାଦର ବୋଲି କହିଛନ୍ତି ଡ୍ରାମା କୁଇନ୍‌।

Share