ହିଜାବ ଖୋଲି ଇନ୍‌ଷ୍ଟାରେ ଭିଡିଓ ଅପଲୋଡ କରି ଗିରଫ ହେଲେ ଅଭିନେତ୍ରୀ

ତେହରାନ,୨୪।୧୧: ଜଣାଶୁଣା ଅଭିନେତ୍ରୀ ହେଙ୍ଗାମହ ଗାଜିଆନିଙ୍କୁ ଇରାନ ପୋଲିସ ଗିରଫ କରିଛି। ୫୨ ବର୍ଷୀୟା ଅଭିନେତ୍ରୀ ହେଙ୍ଗାମହ ହିଜାବ ହଟାଇ ନିଜର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହାସହ ଦେଶରେ ଚାଲିଥିବା ହିଜାବ ବିରୋଧକୁ ସମର୍ଥନ କରି ସେ ଏପରି କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଅଭିନେତ୍ରୀଙ୍କୁ ଗିରଫ କରାଯାଇଥିଲା।
ଭିଡିଓ ପୋଷ୍ଟ କରି ହେଙ୍ଗାମହ ଲେଖିଥିଲେ, ଏହି ମୁହୂର୍ତ୍ତରୁ ମୋ ସହିତ ଯାହା ଘଟିବ, ସେଥିପାଇଁ ଇରାନ ସରକାର ଦାୟୀ, ମୁଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଇରାନ ଲୋକଙ୍କ ସହ ଅଛି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଗାଜିଆନି ବିନା ହିଜାବରେ ସର୍ବସାଧାରଣ ସ୍ଥାନରେ ଠିଆ ହୋଇଛନ୍ତି।
ସୂଚନାଯୋଗ୍ୟ, ଇରାନରେ ମହିଳାମାନେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ଏବଂ ସର୍ବସାଧାରଣ ସ୍ଥାନରେ ହିଜାବ ହଟାଇବା ଅପରାଧ ବୋଲି ବିବେଚନା କରାଯାଏ। ଯଦି କୌଣସି ମହିଳା ସର୍ବସାଧାରଣରେ ନିଜର ହିଜାବ କାଢନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଇପାରେ। ମହସା ଅମିନିଙ୍କ ମୃତ୍ୟୁ ପରେ ହଜାର ହଜାର ମହିଳା ହିଜାବକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ହିଜାବ ବିରୋଧ ପ୍ରଦର୍ଶନ ସମୟରେ ମହସା ଅମିନିଙ୍କୁ ଇରାନ ପୋଲିସ ଗିରଫ କରିଥିଲା। ଗିରଫ ପରେ ସେ ମୃତ୍ୟୁ ବରଣ କରିଥିଲେ। ଏହାକୁ ନେଇ ସମଗ୍ର ଇରାନରେ ପ୍ରଦର୍ଶନ ତୀବ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର...

କେନାଲରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ: ପୋଲିସ ତଦନ୍ତ ଜାରି

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ – ଭେଡେନ କେନାଲରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ବରଗଡ଼ ସହରର ସୁବାସ ନଗର...

ଦେଶୀମଦ ଜବତ: ଜେଲ୍‌ ଗଲେ ପୂର୍ବତନ ସମିତି ସଭ୍ୟ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ମଲ୍ଲିକଙ୍କୁ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ସ୍କୁଟି ଧକ୍କାରେ ଚାଲିଗଲା ସାଇକେଲ ଚାଳକଙ୍କ ଜୀବନ

ବଡ଼ଗାଁ,୨୧ା୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମାଟିଆ ଗାଁ ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

ଓଡ଼ିଶାରେ ବୃଦ୍ଧି ପାଉଛି ତାପମାତ୍ରା: ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତା ମାମଲା ରିପୋର୍ଟ

ଭୁବନେଶ୍ୱର,୨୧।୪: ଓଡ଼ିଶାରେ ପ୍ରଚଣ୍ଡ ତାତି ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ୪୯ଟି ତାତି ସମ୍ବନ୍ଧୀୟ ଅସୁସ୍ଥତାର ମାମଲା ରିପୋର୍ଟ କରିଛନ୍ତି। ଯେଉଁଥିରେ ଅନେକ ବ୍ୟକ୍ତିଙ୍କୁ ହସ୍ପିଟାଲରେ...

ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image