ପର୍ନ ଭିଡିଓ ଶୁଟ୍‌ କରି ଗିରଫ ହେଲେ ଏହି ଅଭିନେତ୍ରୀ, ପୋଲିସ ହାତରେ ଲାଗିଛି…

ମୁମ୍ବାଇ,୭।୨: ୮୦ ବିଜ୍ଞାପନ, ୭ ଓ୍ବେବ୍‌ସିରିଜ୍‌ ଏବଂ କିଛି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଗେହେନା ପର୍ନ ଭିଡିଓ ଶୁଟ୍‌ କରିବା ଏବଂ ଏହାକୁ ମୋବାଇଲ ଆପ୍‌ରେ ଅପଲୋଡ୍‌ କରିବା ଅଭଯୋଗରେ ତାଙ୍କୁ ଗିରଫ କରାଯାଇଛି।
ମୁମ୍ବାଇ ପୋଲିସ ଗେହେନାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି। ସେ ପର୍ନ ର଼୍ୟାକେଟ ଚଳାଉଥିବା ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଉଥିଲା। ଗେହେନା ଛତିଶଗଡ଼ର ମୂଳବାସିନ୍ଦା। ତାଙ୍କର ପ୍ରକୃତ ନାମ ବନ୍ଦନା ତିଓ୍ବାରୀ। ତାଙ୍କ ମା’ ଜଣେ ହାଉସ ଓ୍ବାଇଫ୍‌। ତାଙ୍କ ପିତା ଜଣେ ଶିକ୍ଷା ବିଭାଗର ଅଧିକାରୀ। ଫିଲ୍ମକୁ ଆସିବା ପରେ ସେ ତାଙ୍କ ନାମ ବଦଳାଇ ଗେହେନା ବଶିଷ୍ଟ ରଖିଥିଲେ। ଗେହେନା ୮୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି। ସେ ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୭ରୁ ଅଧିକ ଓ୍ବେବ୍‌ସିରିଜରେ ନଜର ଆସିଛନ୍ତି।
ମୁମ୍ବାଇ ପୋଲିସ କହିବା ଅନୁଯାୟୀ, ଗେହେନା କିଛି ପ୍ରଡକ୍ସନ ହାଉସ ସହ ଭାଗିଦାରୀ ରହି ଆଡଲ୍ଟ ଫିଲ୍ମ ଶୁଟିଂ କରୁଥିଲେ। ଏହି ଆପ୍‌କୁ ଓ୍ବେବ୍‌ସାଇଟ୍‌ରେ ଅପଲୋଡ କରୁଥିଲେ। ଗେହେନା ଗୋଟିଏ ପର୍ନ ଭିଡିଓକୁ ୨୦୦୦ ଟଙ୍କା ନେଉଥିଲେ। ପୋଲିସ ମୁମ୍ବାଇର ମାଲାଡ-ମାଲଓ୍ବାନୀ ଅଞ୍ଚଳର ଗ୍ରୀନ ପାର୍କ ନାମକ ଏକ ବଙ୍ଗଳାକୁ ସିଜ୍‌ କରିଛି। ଏହା ମଧ୍ୟରୁ ଦୁଇ ଅଭିନେତା, ଜଣେ ଲାଇଟ୍‌ମ୍ୟାନ, ଜଣେ ମହିଳା ଫଟୋଗ୍ରାଫର ଏବଂ ଦୁଇ ଗ୍ରାଫିକ ଡିଜାଇନରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ହାଇ ଡେଫିନେଶନ କ୍ୟାମେରା, କ୍ୟାମେରା ଷ୍ଟାଣ୍ଡ ଏବଂ ପର୍ନ ଭିଡିଓରେ ଭର୍ତ୍ତି ମେମୋରି କାର୍ଡ ଜବତ କରିଥିବା ପୋଲିସ କହିଛି।

Share