ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ ଫେରିଛନ୍ତି। କିଛି କିଛି କଳାକାର ଦୁଇ ଦୁଇଥର ମଧ୍ୟ ଏଠାକୁ ଯାଇସାରିଲେଣି। ଏଠାକୁ ଯାଉଥିବା ଷ୍ଟାରମାନେ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥାନ୍ତି।

କିଛିଦିନ ପୂର୍ବରୁ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ମାଳଦ୍ୱୀପ ଯାଇଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଏବେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଜାହ୍ନବୀ ସେଠାରେ ଏକ ମାଗାଜିନ ପାଇଁ ଫଟୋଶୁଟ୍‌ ବି କରିଛନ୍ତି। ଫଟୋରେ ଜାହ୍ନବୀ ଧଳା ଏବଂ ନୀଳ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ବୋଲ୍ଡ ଲୁକ୍‌ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଜାହ୍ନବୀ ଏହି ଫଟୋ ମାଗାଜିନର କଭର ପେଜ୍‌ ପାଇଁ ଉଠାଇଛନ୍ତି। ଜାହ୍ନବୀଙ୍କ ଫଟୋଗୁଡ଼ିକୁ ଦେଖି କିଛି ପ୍ରଶଂସକ କହିଛନ୍ତି, ମାଳଦ୍ୱୀପରେ ଜାହ୍ନବୀଙ୍କ ସୌନ୍ଦର୍ଯ୍ୟ ଆହୁରି ଦୁଇଗୁଣ ବଢ଼ିଯାଇଛି।

Share