ବାଥରୁମରେ ଭୋ ଭୋ କନ୍ଦୁଥିଲେ ଏହି ଅଭିନେତ୍ରୀ

ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରିି ଶାଇନି ଦୋଶୀ ପରିଚିତ ହୋଇଥିଲେ । ହେଲେ ଦିନ ଥିଲା ତାଙ୍କୁ ନିର୍ଦ୍ଦେଶକଙ୍କଠାରୁ ଜୋରଦାର ଗାଳି ଶୁଣିବାକୁ ପଡ଼ୁଥିଲା। ଏହାପରେ ସେ ବାଥରୁମକୁ ଯାଇ ଭୋ ଭୋ ହୋଇ କାନ୍ଦୁଥିଲେ। ଶାଇନି ନିକଟରେ ଏନେଇ ଖୁଲାସା କରିଛନ୍ତି।

ଲୋକପ୍ରିୟ ଧାରାବାହିକ ‘ସରସ୍ବତୀଚନ୍ଦ୍ର’ରୁ ଶାଇନି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ‘ପଦ୍ମାବତ, ବାଜିରାଓ ମସ୍ତାନୀ, ଦେବଦାସ, ରାମଲୀଲା ଭଳି ହିଟ ଫିଲ୍ମ ଭେଟି ଦେଇଥିବା ସଞ୍ଜୟ ଲୀଲା ଭନ୍‌ସାଲୀ। କୁସୁମ ଦେଶାଇ ଚରିତ୍ରରେ ଶାଇନି ଅଭିନୟ କରୁଥିବା ବେଳେ ଭନ୍‌ସାଲୀଙ୍କଠାରୁ ଗାଳି ଖାଉଥିଲେ। ନୂଆ ନୂଆ ଅଭିନୟ କ୍ଷେତ୍ରକୁ ଆସିଥିବା କାରଣରୁ ସେ ସେତେ ଭଲ ଅଭିନୟ କରିପାରୁ ନ ଥିଲେ। ଏଣୁ ଭନ୍‌ସାଲୀ ତାଙ୍କ ଉପରେ ରାଗିଯାଇ ଚିତ୍କାର କରୁଥିଲେ।

ସମସ୍ତଙ୍କ ଆଗରେ ଗାଳି ଖାଉଥିବାରୁ ଶାଇନିଙ୍କୁ ଖରାପ ଲାଗୁଥିଲା। ଭୁଲ ଜାଗାକୁ ବୋଧେ ଚାଲି ଆସିଛନ୍ତି ସେପରି ଲାଗୁଥିଲା। ଗାଳି ଶୁଣିବା ପରେ ସେ ବାଥରୁମ ଯାଇ ବହୁତ କାନ୍ଦୁଥିଲେ। ପରେ ସେ ଶୋ’ ଛାଡ଼ିବା ବିଷୟରେ ଚିନ୍ତା ମଧ୍ୟ କରିଥିଲେ। ହେଲେ ସେ ନିଷ୍ପତ୍ତି ବଦଳାଇ ଅଭିନୟ ଜାରି ରଖିଥିଲେ। ସେଦିନର ସେ ଗାଳି ଯୋଗୁ ଏବେ ଶାଇନି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି।

Share