ବିନା ଗ୍ଲିସେରିନରେ କାନ୍ଦି ପକାଉଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ରେ ମୌସୁମୀ ଚାଟାର୍ଜୀ ୭୦ ଏବଂ ୮0 ଦଶକରେ ଅଭିନେତ୍ରୀ। ତାଙ୍କ ରୋମାଣ୍ଟିକ ଅଭିନୟ ପାଇଁ ସେ ଦର୍ଶକଙ୍କୁ ପାଗଳ କରିଦେଉଥିଲେ। ୨୬ ଏପ୍ରିଲ ୧୯୫୩ରେ ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ।୧୯୬୭ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳା ଚଳଚ୍ଚିତ୍ର ‘ବାଳିିକାବଧୂ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ମୌସୁମୀଙ୍କର ପ୍ରକୃତ ନାମ ହେଉଛି ଇନ୍ଦିରା ଚାଟାର୍ଜୀ। ବଙ୍ଗଳା ଫିଲ୍ମ ନିର୍ଦ୍ଦେଶକ ତରୁଣ ମଜୁମଦାର ତାଙ୍କ ନାମ ମୌସୁମୀକୁ ବଦଳାଇଲେ।
ତାଙ୍କ ପାଖେ ଅନ୍ୟ ଏକ ପ୍ରତିଭା ମଧ୍ୟ ରହିଛି। ସେ ଗ୍ଲିସେରିନ ବିନା କାନ୍ଦୁଥିଲେ । ଗି୍ଲସେରିନ ବିନା କାନ୍ଦିବାର ପ୍ରଶ୍ନର ଉତ୍ତର ଦେଇ ‘ହଁ, ଏହା ସତ୍ୟ’ ବୋଲି ମୌସୁମୀ କହିଥିଲେ। ଯେତେବେଳେ ମୁଁ ଦୃଶ୍ୟରେ କାନ୍ଦୁଥିଲି, ମୁଁ ଭାବୁଥିଲି ଏହା ପ୍ରକୃତରେ ମୋ ସହିତ ଘଟୁଛି ଏବଂ ମୁଁ କାନ୍ଦୁଛି। ସେ ଅନେକ ଫିଲ୍ମରେ କାମ କରିଛନ୍ତି।

Share