ଶୁଟିଂ ସେଟ୍‌ରେ ଆହତ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ପ୍ରଣାଳି ରାଠୋରଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ତେବେ ପ୍ରଣାଳିଙ୍କ ପ୍ରଂଶସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସିରିଏଲର ସେଟ୍‌ରେ ସେ ଆହତ ହୋଇଛନ୍ତି । ଅନେକ ଜଣଙ୍କ ମନରେ ଏହା ଆସୁଥିବ ଯେ, ସେ ବର୍ତ୍ତମାନ କିପରି ଅଛନ୍ତି ଓ କେତେ ଦିନ ସିରିଏଲ୍‌ରୁ ଛୁଟିନେବେ? ‘ୟେ ରିସ୍ତା କ୍ୟା କେହଲାତା ହୈ’ ଅକ୍ଷରା ବାଇକ୍‌ ଚଳାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଇକ ଚଳାଇବା ସମୟରେ ପ୍ରଣାଳି ବାଇକ୍‌ରୁ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଏଥିରେ ପ୍ରଣାଳି ସାମାନ୍ୟ ଆଘାତ ପାଇଛନ୍ତି ହେଲେ ଏଯାଏ ସ୍ପଷ୍ଟ ହୋଇନାହିଁ କି ସେ ସିରିଏଲ୍‌ରୁ ଛୁଟି ନେବେ କି ନାହିଁ ।

Share