ବଲିଉଡ୍ର ବୋଲ୍ଡ ଭିନେତ୍ରୀମାନଙ୍କ ମଧ୍ୟରୁ ମଧ୍ୟରୁ ରାଧିକା ଆପ୍ଟେ ଅନ୍ୟତମ। ସେ ଖୁବଶୀଘ୍ର ବିକ୍ରାନ୍ତ ମେସିଙ୍କ ସହ ଫରେନ୍ସିକ୍ରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ ହୋଇଛି। ଏହି ସମୟରେ ରାଧିକା ବଲିଉଡ୍ର ଡାର୍କ ସିକ୍ରେଟ୍ ନେଇ ଖୁଲାସା କରିଛନ୍ତି ।
ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ, ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ଏତେଟା ସହଜ ନ ଥିଲା। ଯେତେବେଳେ ଲାଇନ୍ରେ ନୂଆ ଥିଲି ସେତେବେଳେ ମୋ ଉପରେ ବହୁତ ଚାପ ପଡୁଥିଲା। ସୁନ୍ଦର ଦେଖାଯିବା ପାଇଁ ବହୁତ ଚାପ ପକାଯାଉଥିଲା। କ୍ୟାରିୟର ଆରମ୍ଭରୁ ହିଁ ବହୁତ ସର୍ଜରୀ କରିବାକୁ ପଡିଥିଲା। ଶରୀର ଏବଂ ମୁହଁରେ ଅନେକ ପରିବର୍ତ୍ତନ କରିବାକୁ ମୋତେ କୁହାଯାଇଥିଲା । ପ୍ରଥମେ ନାକ ସର୍ଜରୀ ପାଇଁ କୁହାଗଲା ପରେ ଦ୍ବିତୀୟ ମିଟିଂରେ ବ୍ରେଷ୍ଟ ସର୍ଜରୀ କରିବାକୁ କୁହାଯାଇଥିଲା । କେବଳ ଏତିକି ନୁହେଁ, ପରେ ଗାଲରେ, ବୋଟକ୍ସ । ଏସବୁ ପରେ ବହୁତ କିଛି ପରିବର୍ତ୍ତନ ହୋଇଥିଲା ।