ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍‌ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା କେହେଲାତା ହେ’ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ ହିନା । ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି। ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ କାଶ୍ମୀରର ଝିଅ। ଏକ ଶୋ’ରେ କାଶ୍ମୀର ଝିଅର ଚରିତ୍ର ରହିଥିଲା। ତାହାକୁ ସେ କରିବାକୁ ଚାହଁୁଥିଲେ। କିନ୍ତୁ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା।

ପରେ ସେ କାରଣ ପଚାରି ବୁଝିବାରୁ ସେ ଜାଣିବାକୁ ପାଇଥିଲେ କି ତାଙ୍କର ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଛନ୍ତି। ଆପଣ କାଶ୍ମୀରର ଭାଷାରେ ମଧ୍ୟ ପୁରା ପାରଙ୍ଗମ ହୋଇଥିଲେ ହେଁ ଆପଣଙ୍କ ବର୍ଣ୍ଣ ଶ୍ୟାମଳ । ତେଣୁ ଆପଣ ଏହି ଚରିତ୍ର ପାଇଁ ଉପଯୁକ୍ତ ନୁହଁନ୍ତି’ ବୋଲି ତାଙ୍କୁ କୁହାଯାଇଥିଲା। ସେତେବେଳେ ହିନାଙ୍କୁ ଏହା କଷ୍ଟ ଦେଇଥିଲେ ହେଁ ସେ ରହିଯାଇନଥିଲେ। ଏବେ ସେ ନିଜକୁ ପ୍ରମାଣିତ କରିଥିବା ବେଳେ ଜଣେ ସଫଳ ଅଭିନେତ୍ରୀ ପାଲଟିଛନ୍ତି।

 

Share