ପ୍ରେମକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ: ବିବାହ ପରେ ମା’ ନ ହେବାକୁ କରିଥିଲେ ସ୍ଥିର

ଅଭିନେତ୍ରୀ ଅରୁଣା ଇରାନୀ ୫୦୦ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଅରୁଣା କେବଳ ପରଦାରେ ହିରୋଇନ ଭୂମିକାରେ ଅଭିନୟ କରି ନ ଥିଲେ ବରଂ ଜଣେ ଖଳନାୟିକା ଭୂମିକା କରି ପ୍ରତ୍ୟେକ ଚରିତ୍ର ପାଇଁ ଫିଟ ବୋଲି ପ୍ରମାଣ କରିଥିଲେ । ସେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଭୂମିକା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ସେ କେବଳ ହିନ୍ଦୀରେ ନୁହେଁ କନ୍ନଡ, ମରାଠୀ ଏବଂ ଗୁଜୁରାଟୀ ଫିଲ୍ମରେ ମଧ୍ୟ କାମ କରିଥିଲେ। ତାଙ୍କର ଅଭିନୟ ଏପରି ଥିଲା ଯେ, ଅରୁଣାର ପ୍ରତ୍ୟେକ ଫିଲ୍ମ ଚର୍ଚ୍ଚାରେ ରହୁଥିଲା । କିନ୍ତୁ ସମୟ ସହିତ ଅରୁଣାଲ ଫିଲ୍ମରୁ ଟିଭି ସିରିଏଲରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କ ୭୫ ତମ ଜନ୍ମଦିନ ଅବସରରେ, ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ଅଜଣା କଥା।

ଅରୁଣାଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଥିଲା। ହାସ୍ୟ ଅଭିନେତା ମେହମୁଦଙ୍କ ସହ ତାଙ୍କର ଦୀର୍ଘ ଦିନ ସମ୍ପର୍କ ଥିଲା । ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। କିନ୍ତୁ ଏକ ସାକ୍ଷାତକାରରେ ଅରୁଣା କହିଥିଲେ ଯେ “ଆମେ ଦୁହେଁ ବହୁତ ଭଲ ବନ୍ଧୁ, ସାଙ୍ଗମାନଙ୍କ ଅପେକ୍ଷା ଭଲ। ଏହାକୁ ଆକର୍ଷଣ, ବନ୍ଧୁତା କିମ୍ବା ଅନ୍ୟ କିଛି କୁହାଯାଇପାରେ। କିନ୍ତୁ ପ୍ରେମରେ ପହଞ୍ଚି ପାରି ନଥିଲା, ତେଣୁ ଆମେ ବିବାହ କରି ନ ଥିଲୁ।”

୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ଅରୁଣା ନିର୍ଦ୍ଦେଶକ କୁକ୍କୁ କୋହଲିଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ସେ ମା’ ନ ହେବାକୁ ସ୍ଥିର କଲେ। ସେ ଚାହୁଁ ନଥିଲେ ଯେ ତାଙ୍କ ପିଲାମାନେ ଓ ତାଙ୍କ ଭିତରେ ଜେନେରେଶନ ଗ୍ୟାପ ହେଉ।

Share