ପ୍ରଥମ ଫିଲ୍ମରେ ୧୭ ଚୁମ୍ବନ ପାଇଁ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ। କେବଳ ଫିଲ୍ମର ଗୀତ ସୁପରହିଟ୍‌ ହୋଇ ନ ଥିଲା, ମଲ୍ଲିକା-ଇମ୍ରାନଙ୍କ ଯୋଡିକୁ ପ୍ରଶଂସକ ବହୁତ ପସନ୍ଦ କରିଥିଲେ।
ତେବେ ମଲ୍ଲିକାଙ୍କ ପ୍ରକୃତ ନାମ ହେଉଛି ରିମା ଲାମ୍ବା। ସେ ତାଙ୍କ ନାମ ରିମାରୁ ମଲ୍ଲିକାକୁ ପରିବର୍ତ୍ତନ କରିଥିଲେ। ଏହା ସହିତ ତାଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେ, ମଲ୍ଲିକା ବଲିଉଡରେ ଡେବ୍ୟୁ ପୂର୍ବରୁ ବିବାହ କରିଥିଲେ। ପରେ ତାଙ୍କର ଛାଡପତ୍ର ହୋଇଥିଲା।

Share