ଏହି ଅଭିନେତ୍ରୀଙ୍କ ଜେଜେମା’ ୪ ସନ୍ତାନ ସତ୍ତ୍ୱେ ସ୍ବାମୀଙ୍କଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଲୀଳା ଚିତନିସ ତଥା କାଜଲଙ୍କ ଜେଜେମା’ ନିଜର ସୁନ୍ଦରତା ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୪ ସନ୍ତାନ ସତ୍ତ୍ୱେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ପୂର୍ବରୁ ସେ ଏକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ପିଲାମାନଙ୍କୁ ଶିକ୍ଷା ଦେବା ସହିତ ସେ ଅନେକ ନାଟକରେ କାମ କରିବା ଆରମ୍ଭ କରିଥିଲେ। ନାଟକରେ ଅଭିନୟ ହେତୁ ସେ ଏକ ଫିଲ୍‌ମରେ କାମ କରିବାର ସୁଯୋଗ ପାଇଲେ। ଏହା ପରେ, ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ହେଲା ଏବଂ ସେ ଫିଲ୍ମ ‘ଜେଣ୍ଟଲମ୍ୟାନ ଆଉଟ୍ଲାଉ’ରେ ନିଜର ଅଭିନୟ ପ୍ରମାଣ ପାଇଁ ସୁଯୋଗ ପାଇଲେ। ଏହି ଫିଲ୍‌ମରେ ତାଙ୍କୁ ପୁଅଙ୍କ ପୋଷାକରେ ଦେଖିବାକୁ ମିଳିଥିଲା। ୧୯୩୬ ମସିହାରେ ‘ଛାୟା’ ଚଳଚ୍ଚିତ୍ର ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା ।

Share