ମୁମ୍ବାଇ: ଏକଦା ‘ଟ୍ରାଜେଡି କିଙ୍ଗ୍’ ତଥା ଅଭିନେତା ଦିଲୀପ କୁମାର ଏବଂ ଅଭିନେତ୍ରୀ ମଧୁବାଲାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରୁଥିଲେ। ଥରେ ମଧୁବାଲାଙ୍କୁ ଦିଲୀପ କୁମାର ଖୁବ୍ ଜୋର୍ରେ ଏକ ଚାପୁଡ଼ା ମାରିଥିଲେ। ହୋସ୍ ଆସିବାକୁ ମଧୁବାଲାଙ୍କୁ ଗୋଟିଏ ଘଣ୍ଟା ଲାଗିଥିଲା। ‘ମୁଗଲ ଏ ଆଜମ’ରେ ଦିଲୀପ କୁମାରଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।
ଏପରିକି ମଧୁବାଲା ଏବଂ ଦିଲୀପ କୁମାର ପରସ୍ପରକୁ ଭଲ ପାଉଥିଲେ ବୋଲି ସେତେବେଳେ ଖୁବ୍ ଚର୍ଚ୍ଚା ହେଉଥିଲା। ମାତ୍ର ମଧୁବାଲାଙ୍କ ପିତା ଦିଲୀପ କୁମାରଙ୍କୁ ପସନ୍ଦ କରୁ ନ ଥିଲେ। କୁହାଯାଏ ‘ମୁଗଲ ଏ ଆଜମ’ର ଶୁଟିଂରେ ଦିଲୀପ ରାଗିକି ମଧୁବାଲାଙ୍କୁ ଗୋଟିଏ ଚାପୁଡ଼ା ମାରିବାର ସିନ୍ ଥିଲା। ଏହି ସିନ୍ରେ ଦିଲୀପ କୁମାର ମଧୁବାଲାଙ୍କୁ ଏମିତି ଏକ ଶକ୍ତ ଚାପୁଡ଼ା ମାରିଥିଲେ ଯେଉଁଥିରେ ତାଙ୍କର ହୋସ୍ ଉଡ଼ିଯାଇଥିଲା। ସେ ହୋସ୍କୁ ଆସିବା ପାଇଁ ଘଣ୍ଟାଏ ସମୟ ଲାଗିଥିଲା। ଏହା ଦେଖି ଶେଟ୍ରେ ଥିବା ସମସ୍ତ ସଦସ୍ୟ ଭୟ କରିଯାଇଥିଲେ। କେହି ଏହି କଥାକୁ ବିଶ୍ୱାସ କରିପାରିଲେନି। ଆଜି ସିନା ଦିଲୀପ କୁମାର ଚାଲିଗଲେ। ହେଲେ ଛାଡ଼ି ଯାଇଛନ୍ତି ଅନେକ ଛାପ। ଖୁବ୍ ମନେ ପଡ଼ନ୍ତି ଦିଲୀପ କୁମାର ଏବଂ ତାଙ୍କର ବଳିଷ୍ଠ ଅଭିନୟ।