ହଟ୍‌ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ବେଶ୍‌ ଜଣାଶୁଣା ନାମ। କିଛିଦିନ ତଳେ ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଫଟୋରେ ପ୍ରିୟଙ୍କା ବେଶ୍‌ ହଟ୍‌ ଦିଶୁଛନ୍ତି।

ଫଟୋରେ ପ୍ରିୟଙ୍କା ଏକ ସିଲ୍‌ଟ ହ୍ବାଇଟ୍‌ ସିଲ୍କ ଡ୍ରେସ୍‌ ପିନ୍ଧିଛନ୍ତି। ଏଥିସହିତ ଏକ ଗୋଲ୍ଡେନ ହିଲ୍‌, ଗୋଲ୍ଡେନ ଘଣ୍ଟା ଏବଂ ମ୍ୟାଚିଂ କରି ବ୍ରେସଲେଟ୍‌ ପିନ୍ଧିଛନ୍ତି। କେଶକୁ ଉପରକୁ ଟେକି ବାନ୍ଧିଛନ୍ତି। ତାଙ୍କର ଏହି ଷ୍ଟାଇଲିଶ୍‌ ଲୁକ୍‌ ଦେଖି ପ୍ରଶଂସକଙ୍କ ହୃଦୟରେ ନିଆଁ ଲାଗିଯାଇଛି।

Share