୨୦୦କୋଟି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ନିକଟରେ ବଲିଉଡ୍‌ର ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହିଙ୍କୁ ଇଡି ସମନ ଜାରି କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଲିନା ମାରିଆ ପଲ୍‌ ଓ ତାଙ୍କ ସ୍ବାମୀ ସୁକେଶ ଚନ୍ଦ୍ରଶେଖରଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରୁଛି। ଏହି ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ଇଡି ହାତରେ ଲାଗୁଛି।
ଇଡିର ସୂଚନା ଅନୁସାରେ, ଲିନା ଅପରାଧରୁ କିଭଳି ଅଧିକ ଲାଭାନ୍ବିତ ହେବେ ସେ ନେଇ ଏହି ଘଟଣାରେ ଏକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସ୍ବାମୀଙ୍କ ସହ ମିଶି ବ୍ୟବସାୟୀଙ୍କ ପତ୍ନୀଙ୍କୁ ବୋକା ବନାଇ ୨୦୦କୋଟି ଠକିବାରେ ସେ ମୁଖ୍ୟ ଥିଲେ। ଏପଟେ ଦିଲ୍ଲୀ କୋର୍ଟ ଅଧିକ ପଚରାଉଚରା ପାଇଁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସମୟ ବୃଦ୍ଧି କରିଛନ୍ତି। ତେବେ ଖୁବଶୀଘ୍ର ଏ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବା ସହ ଅଭିନେତ୍ରୀ ଲିନା ପଲ ମୁଖ୍ୟ ଅଭିଯୁକ୍ତ ଘୋଷିତ ହେବା ନେଇ ବିଶେଷ ସୂତ୍ରରୁ ଜଣା ପଡ଼ିଛି।

Share