ଫଟୋ ଶେୟାର କରି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରାୟଙ୍କୁ କିଏବା ନ ଜାଣେ । ସେ ତାଙ୍କର ଦମ୍‌ଦାର ଅଭିନୟ ଏବଂ ଷ୍ଟାଇଲରେ ସମସ୍ତଙ୍କ ହୃଦୟରେ ରାଜ୍‌ କରନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ ସେ। ଅନେକ ସମୟରେ ସେ ଫଟୋ, ଭିଡିଓ ଶେୟାର କରି ଚର୍ଚ୍ଚାରେ ରୁହନ୍ତି।
ତେବେ ନିକଟରେ ମୌନୀ ସୋସିଆଲ ମିଡିଆରେ ତାଙ୍କର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯାହାକୁ କିଛି ୟୁଜର୍ସ ପସନ୍ଦ କରୁଥିବା ବେଳେ ଆଉ କିଛି ଏହି ଫଟୋକୁ ନେଇ ତାଙ୍କୁ ଟ୍ରୋଲ କରୁଛନ୍ତି । ଏହି ଫଟୋରେ ସେ ଲେଦର ଆଉଟ୍‌ଫିଟରେ ନଜର ଆସୁଛନ୍ତି । ଏହା ସହିତ ସେ ବେକରେ ଚେନ୍‌ ମଧ୍ୟ ପକାଇଥିବା ନଜର ଆସୁଛନ୍ତି । ତେବେ ତାଙ୍କର ଏହି ଆଉଟ୍‌ଫିଟ ଏବଂ ପୋଜ୍‌କୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି । ସମସ୍ତେ ତାଙ୍କର ଏହି ଫଟୋରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

Share