ବୋଲ୍ଡ ଲୁକ୍‌ ପାଇଁ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ୍‌ପ୍ରଭୁ ଅନ୍ୟତମ। ସେ ତାଙ୍କର ଫ୍ୟାଶନ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ଏଥର ଅଭିନେତ୍ରୀଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି। ସେ ତାଙ୍କର ବୋଲ୍ଡ ଲୁକ୍‌ ପାଇଁ ଟ୍ରୋଲ୍‌ ହୋଇଛନ୍ତି। ସାମନ୍ଥା ମଧ୍ୟ ଏହି ଟ୍ରୋଲ୍‌ର କଡ଼ା ଜବାବ ଦେଇଛନ୍ତି।

ମୁମ୍ବାଇରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଯୋଗ ଦେଇଥିଲେ ସାମନ୍ଥା। ସେ ଏକ ଗ୍ରୀନ୍‌ ରଙ୍ଗର ପ୍ଲିଜିଂ ନେକ୍‌ ଗାଉନ ପିନ୍ଧିଥିଲେ। ଏଥିରେ ସେ ଖୁବ୍‌ ଆକର୍ଷଣୀୟା ଏବଂ ଷ୍ଟାଇଲିଶ ଦେଖାଯାଉଥିଲେ। କିନ୍ତୁ କିଛି ଲୋକଙ୍କୁ ତାଙ୍କ ବୋଲ୍ଡ ଷ୍ଟାଇଲ ପସନ୍ଦ ଆସି ନ ଥିଲା। ସେମାନେ ସୋସିଆଲ ମିଡିଆରେ ଟ୍ରୋଲ୍‌ କରିଥିଲେ। ଏହାର ଜବାବରେ ସାମନ୍ଥା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଜବାବ ଦେଇଛନ୍ତି।

ସେ ଏକ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମହିଳାମାନେ ପିନ୍ଧୁଥିବା ପୋଷାକ, ଜାତି, ଶିକ୍ଷା, ସାମାଜିକ ସ୍ଥିତି, ରୂପ, ଚର୍ମ ସ୍ବର ଉପରେ ଆଧାର କରି ଆମେ ବିଚାର କରୁ। ତାଲିକା ଜାରି ରହିଛି। କେବଳ ପୋଷାକ ଉପରେ ଆଧାର କରି ଜଣେ ବ୍ୟକ୍ତିଙ୍କ ବିଷୟରେ ଶୀଘ୍ର ବିଚାର କରିବା ହେଉଛି ସବୁଠାରୁ ସହଜ କାର୍ଯ୍ୟ। କିନ୍ତୁ ଜଣଙ୍କ ବିଷୟରେ ଭଲ ଚିନ୍ତା କରିବା ବହୁତ କଷ୍ଟ।

Share