ଓଜନକୁ ନେଇ ଟ୍ରୋଲ ହୋଇଥିଲେ ଏହି ଅଭିନେତ୍ରୀ

ନିଜ ଅଭିନୟ ଆଧାରରେ ହୁମା କ୍ୟୁରେଶି ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଗ୍ୟାଙ୍ଗସ ଅଫ ୱାସେପୁର’, ‘ବଦଲାପୁର’, ‘ଏକ ଥି ଡାୟନ’, ‘ଲଭ ସବ ତେ ଚିକେନ ଖୁରାନା’, ‘ମୋନିକା – ଓ ମାଇ ଡାର୍ଲିଂ’ ଭଳି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ନିକଟରେ ହୁମା ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି, ସେ ୨୦ ବର୍ଷ ବୟସରେ ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରିଥିଲେ। ଲୋକମାନେ ତାଙ୍କ ଶରୀରକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଥିଲେ। କେବଳ ଏତିକି ନୁହେଁ, ଲୋକମାନେ ତାଙ୍କ ପୋଷାକ ଉପରେ ସେ କ’ଣ ପିନ୍ଧୁଥିଲେ ସେ ବିଷୟରେ ମଧ୍ୟ କହୁଥିଲେ। ସେହି ସମୟରେ, ଫଟୋକୁ ଜୁମ କରି ଶରୀରର କିଛି ଅଂଶରେ ଏକ ସର୍କଲ ତିଆରି କରି େଶେୟାର କରାଯାଉଥିଲା।
ଲୋକମାନେ ତାଙ୍କୁ କିପରି ଓଜନ ହ୍ରାସ କରିବାକୁ କିମ୍ବା ଲିପୋସୁକେସନ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ। ଏସବୁ ସହି ସେ ଆଗକୁ ବଢି ଇଣ୍ଡଷ୍ଟ୍ରୀରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Share