ଶର୍ଟ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କ ଘରେ ‘ଯୁଗ୍‌ ଯୁଗ୍‌ ଜିଓ’ର ସଫଳତାକୁ ପ୍ରତିପାଦନ କରିବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ସମୟରେ ପୂରା ଷ୍ଟାର କାଷ୍ଟ ଉତ୍ସବ ପାଳନ ପାଇଁ କରଣଙ୍କ ଘରେ ପହଞ୍ଚିଥିଲେ। ଏହି ଫିଲ୍ମରେ ବରୁଣ ଧାଓ୍ବନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା କିଆରା ଆଡଭାନୀ ମଧ୍ୟ ପହଞ୍ଚିଥିଲେ। କିଆରା ଯିଏ କି ତାଙ୍କ ଚମତ୍କାର ଚେହେରାରେ ଲୋକଙ୍କୁ ସବୁବେଳେ ଚକିତ କରିଆସୁଥିଲେ। କିନ୍ତୁ ଏହି ପାର୍ଟିରେ ଏମିତି କିଛି ପିନ୍ଧିଥିଲେ, ଯାହା ଦେଖି ଲୋକେ ତାଙ୍କୁ ଟ୍ରୋଲ୍‌ କରିଥିଲେ।

ବଲିଉଡ୍‌ର ମୋଷ୍ଟ ବିୟୁଟିଫୁଲ୍‌ ଏବଂ ଟ୍ୟାଲେଣ୍ଟ ଅଭିନେତ୍ରୀ ତାଲିକାରେ କିଆରାଙ୍କ ନାଁ ରହିଛି। କିନ୍ତୁ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଆରା କରଣଙ୍କ ଘରେ ହୋଇଥିବା ପାର୍ଟିରେ ଏକ ଛୋଟ ଡ୍ରେସ୍‌ ପିନ୍ଧିଥିଲେ। ଯେଉଁ ଡ୍ରେସ ୟୁଜରଙ୍କୁ ପସନ୍ଦ ଆସ ନ ଥିଲା।

ସେ ଏକ ଧଳା ରଙ୍ଗର ଶର୍ଟ ଡ୍ରେସ ସହିତ ସବୁଜ ପେଷ୍ଟେଲ ରଙ୍ଗର ଓଭରସାଇଜ ବ୍ଲେଜର ପିନ୍ଧିଥିଲେ। ଫଟୋଗ୍ରାଫର ଭାୟାନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ପଚାରୁଛନ୍ତି, ‘ଦିଦି ପ୍ୟାଣ୍ଟକୁ କେଉଁଠାରେ ଭୁଲିଗଲେ’? ଆଉ ଜଣେ ୟୁଜର ଲେଖିଛନ୍ତି, ଲମ୍ବା କୋଟ୍‌ ସହିତ କ’ଣ ଆପଣ ପ୍ୟାଣ୍ଟ କିଣନ୍ତିନି?

Share