ପିଲାଦିନେ ବହୁତ ଦୁଷ୍ଟ ଥିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ସାରା ଅଲୀ ଖାନ୍‌ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କର ଗର୍ଜିୟସ ଲୁକ୍‌ ସହିତ ଅଭିନୟ ଦ୍ୱାରା ପ୍ରଶଂସକମାନଙ୍କ ହୃଦୟ ଜିଣିଥାନ୍ତି। ସାରାଙ୍କ ପିଉସୀ ସବା ଅଲୀ ଖାନ୍‌ ସୋସିଆଲ ମିଡିଆରେ ସାରାଙ୍କ କିଛି ପିଲାଦିନର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଦୁଷ୍ଟାମୀ ସ୍ପଷ୍ଟ ବାରି ହୋଇପଡୁଛି।

ସାରାଙ୍କ ଏହି ଫଟୋ ପ୍ରଶଂସକମାନଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହାବ୍ୟତୀତ ସବା ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ପଟୌଦୀ ଖାନ୍‌ଦାନର ସମସ୍ତ ପିଲାଙ୍କୁ ଦେଖିବାକୁ ମିଳିଛି। ଫଟୋରେ ସାରା ଏକ ଧଳା ରଙ୍ଗର ଟପ୍‌ ପିନ୍ଧିଛନ୍ତି। ଏଥିରେ ସେ ଜିଭ ବାହାର କରିଛନ୍ତି। କ୍ୟାମେରା ସାମ୍ନାରେ ବେଶ୍‌ କୌତୂହଳ ଢଙ୍ଗରେ ପୋଜ୍‌ ଦେଇଛନ୍ତି। ଫଟୋ ଶେୟାର କରି ସବା କ୍ୟାପଶନ୍‌ ଲେଖିଛନ୍ତି, ଯେତେବେଳେ ମୁଁ କହିଲି ସାରା ସ୍ମାଇଲ୍‌। ସେ ଏମିତି କରିଛି। ଯାହା ବହୁ ସୁନ୍ଦର ଥିଲା।

Share