ପ୍ରେମିକଙ୍କୁ ଭେଟିବାକୁ ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ, ହେଲେ ସେଠରେ

ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ ‘କସମ ସେ’ରୁ ଲୋକପ୍ରିୟତା ହାସଲ କରିବା ପରେ ସେ ବଲିଉଡରେ କାମ କରିବାକୁ ମନ ବଳାଇଥିଲେ। ବାସ, ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ‘ରକ ଅନ୍‌, ଓ୍ବାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, ରକ ଅନ ୨, ଅଜହର୍‌, ଆଇ ମି ଔର ମୈ ଭଳି ଫିଲ୍ମରେ ସେ ଜବରଦସ୍ତ ଅଭିନୟ କରିଛନ୍ତି। ଅଭିନେତ୍ରୀ ଭାବେ ସଫଳ ହୋଇଥିଲେ ହେଁ ସେ ବ୍ୟକ୍ତିଗତ ଜୀବନରେ ସେ ନିରବ ରହିବାକୁ ପସନ୍ଦ କରନ୍ତି।
ଅନ୍ୟମାନଙ୍କ ସମ୍ମୁଖରେ ବ୍ୟକ୍ତିଗତ ଜୀବନକୁ ନେଇ କିଛି ବି କଥା କହିବାକୁ ପସନ୍ଦ କରୁ ନ ଥିବା ପ୍ରାଚୀ ଏକ ସାକ୍ଷାତକାରରେ ନିଜର ଲଭ ଲାଇଫକୁ ନେଇ ବଡ଼ କଥା କହିଥିଲେ । ଫିଲ୍ମ ଫେୟାରର ଏକ ସାକ୍ଷାତକାରରେ ସେ କହିଥିଲେ, ଜଣଙ୍କୁ ମୁଁ ବହୁତ ଭଲ ପାଉଥିଲି। ତାଙ୍କୁ ଏକଦା ଭେଟିବା ଲାଗି ଅନ୍ୟ ଦେଶରେ ପହଞ୍ଚିଥିଲି। ହେଲେ ସେଠାକୁ ଯିବା ପରେ ଜାଣିବାକୁ ପାଇଲି ଯେ ସେ ମିଛ କହିଥିଲେ। ସେ ଆଦୌ ସେଠାରେ ରହୁ ନ ଥିଲେ। ଏହା ପରେ ଉକ୍ତ ଦେଶରେ ମୁଁ ବହୁତ ମଜାକଲି ଏବଂ ନିଜ ସହ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଲି ବୋଲି ସେ କହିଛନ୍ତି ।

Share