ଭାବି ସ୍ବାମୀଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ, ଭିଡିଓ ଶେୟାର କରି ଲେଖିଲେ ଏମିତି କିଛି

ଗୋଟିଏ ପଟେ ମୁମ୍ବାଇରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଅନେକ ସେଲିବ୍ରିଟି କରୋନା ପଜିଟିଭ୍‌ ହୋଇଛନ୍ତି। ଅନ୍ୟ ପଟେ କିଛି ସେଲିିବ୍ରିଟି ଛୁଟି କାଟିବା ପାଇଁ ଗୋଆକୁ ଯାଉଛନ୍ତି। ନିକଟରେ ଅଭିନେତ୍ରୀ ପୂଜା ବେଦୀ ମଧ୍ୟ ଛୁଟିଦିନର ମଜା ନେବା ପାଇଁ ଗୋଆ ଯାଇଛନ୍ତି। ସମୁଦ୍ର କୂଳରେ ପୂଜା ଅନେକ ଫଟୋ ଏବଂ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଭୟଭୀତ ନ ହେବାକୁୁ କହିଛନ୍ତି।

ପୂଜା ଗୋଆରେ ତାଙ୍କ ଭାବି ସ୍ବାମୀ ମାନେକ କଣ୍ଟ୍ରାକ୍ଟରଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସେ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ, ପୂଜା ଏବଂ ମାନେକ ପାଣିରେ ବୋଟିଂ କରୁଛନ୍ତି।

ଏହି ଭିଡିଓ ଶେୟାର କରି ପୂଜା କ୍ୟାପଶନରେ ଲେଖିଛନ୍ତି, ‘ସୁସ୍ଥ, ସୁଖମୟ ଜୀବନ ପାଇଁ ଆନନ୍ଦ, ଗୋଆ। ମନକୁ ମୁକ୍ତ ରଖ। ଭୟ ନାହିଁ ଜୀବନ ବଞ୍ଚିବା ବନ୍ଦୀ ଅବସ୍ଥାରେ ରହିବା ନୁହେଁ। ଏକ ବର୍ଷ ଧରି ଏକ ଭାଇରସକୁ ଭୟ। ସ୍ପଷ୍ଟ ଯେ ଏହା ଦୂର ହେବ ନାହିଁ, ପ୍ରାୟ ଏକ ବର୍ଷ ମାସ୍କ , ଲକଡାଉନ ପରେ ଯଦି ତୁମେ କାଲି ମରିବ। ତୁମର ସବୁଠୁ ବଡ ଦୁଃଖ କ’ଣ ହେବ? ’

Share