ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ବଲିଉଡର ସେଲିବ୍ରିଟିମାନେ ଆଜିକାଲି ସାଉଥ୍‌ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଆଗ୍ରହୀ ଅଛନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଯେ ଅଭିନେତ୍ରୀ ଜାନଭୀ କପୁର ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। କୁହାଯାଉଛି କି ଜାନଭୀ ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌ଙ୍କ ୩୦ ତମ ଫିଲ୍ମରେ ନଜର ଆସିବେ। ତେବେ ଫିଲ୍ମଟି ଫେବୃଆରୀରେ ଶୁଟିଂ ହେବ। କୋରାଟାଲା ଶିବା ନିର୍ଦ୍ଦେଶିତ ଏହି ଫିଲ୍ମଟି ଏପ୍ରିଲ ୨୦୨୪ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମର କାହାଣୀକୁ ନେଇ ସ୍ପଷ୍ଟ କରାଯାଇନାହିଁ।

Share