କରୱା ଚୌଥ୍‌ରେ ୧୯ବର୍ଷ ତଳର ଲେହେଙ୍ଗା ପିନ୍ଧିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭିନ୍ନ ଢ଼ଙ୍ଗରେ ଏଥର କରୱା ଚୌଥ୍‌ ପାଳନ କରିଛନ୍ତି। ସେ ବାହାଘରରେ ପିନ୍ଧିଥିବା ଲେହେଙ୍ଗାକୁ ପିନ୍ଧି ଏଥରର କରଓ୍ବା ଚୌଥ୍‌ ପାଳନ କରିଥିଲେ। ତେବେ ଲେହେଙ୍ଗାଟି ହେଉଛି ୧୯ବର୍ଷ ତଳର। ଏହି ଲେହେଙ୍ଗା ବଲିଉଡ୍‌ର ଚର୍ଚ୍ଚିତ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ୱାରା ତିଆରି ହୋଇଥିଲା। ସୋନାଲି ୨୦୦୨ ମସିହାରେ ଫିଲ୍ମ ନିର୍ମାତା ଗୋଲ୍ଡି ବେହେଲଙ୍କୁ ବିବାହ କରିଥିଲେ।
ସେ ଏହି ଲେହେଙ୍ଗା ସହ ବୁଲଗେରିର ଏକ ସୁନ୍ଦର ମଙ୍ଗଳସୂତ୍ର ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ସେ ଫଟୋ ଶେୟାର କରିଛନ୍ତି। ଏହି ପରମ୍ପରାତଗୁଡ଼ିକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସମ୍ପର୍କର ସେତୁ ଅଟେ ,ସେ ପୋଷ୍ଟରେ ଲେଖିଛନ୍ତି। ଏହି ପର୍ବ ପରିବାର ଓ ବନ୍ଧୁମାନଙ୍କ ଉତ୍ସବ । ଲୋକଙ୍କ ସହ ରୀତିନୀତିରେ ବିତାଇବାର ଦିନ। ଏହା ଏକତାର ପର୍ବ, ଯାହା ସ୍ବାମୀମାନଙ୍କ ସହ ପ୍ରେମ ଓ ବିଶ୍ୱାସକୁ ବଢ଼ାଇଥାଏ ବୋଲି ସେ କହିଛନ୍ତି।

Share