ସପ୍ତମ ଶ୍ରେଣୀରେ ଲଭ୍‌ ଲେଟର ଲେଖିଥିଲେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାଇ ପଲ୍ଲବୀ ପ୍ରାୟତହଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୁନ୍ଦର ଅଭିନୟ ପାଇଁ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ପଲ୍ଲବୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଆଲୋଚନା କରନ୍ତି ନାହିଁ। ସେ ଏକ ସାକ୍ଷାତ କାରରେ କହିଥିଲେ ପିଲାବେଳେ କିପରି ତାଙ୍କ ପରିବାର ତାଙ୍କ ପ୍ରେମର ଶତ୍ରୁ ହୋଇଯାଇଥିଲେ। ସେ କହିଥିଲେ ଯେ, ମୁଁ ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ମୋର ନିଜ ଇଚ୍ଛାରେ ଏକ ପୁଅ ପାଇଁ ଲଭ ଲେଟର୍‌ ଲେଖିଥିଲି, କିନ୍ତୁ ମୋ ପରିବାର ସଦସ୍ୟ ଜାଣିଦେଇ ମୋତେ ଖୁବ ମାଡ଼ ମାରିଥିଲେ। ଅଭିନେତ୍ରୀ ଏହି ପୁରା କାହାଣୀକୁ ବହୁତ ମଜାଳିଆ ଢଙ୍ଗରେ କହିଥିଲେ।

 

Share