ଏହି ଅଭିନେତ୍ରୀଙ୍କ ଝିଅକୁ ମିଳୁଥିଲା ବଳାତ୍କାର ଧମକ : ବନ୍ଧାହେଲେ ଏମ୍‌ବିଏ ଛାତ୍ର

ପାକିସ୍ତାନରେ ଜନ୍ମିତ ବ୍ରିଟିଶ ଅଭିନେତ୍ରୀ ସଲ୍‌ମା ଆଗାଙ୍କ ଝିଅ ଜାରା ଖାଁଙ୍କୁ କିଛି ଦିନ ହେବ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଥିଲା। ଏ ନେଇ ଜାରା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି।
ଜାରା ମୁମ୍ବାଇର ଓସିୱାରା ପୋଲିସ ଷ୍ଟେଶନରେ ଅଭିଯୋଗ କରଥିଲେ। ଅଭିଯୋଗରେ ଯେ ଦର୍ଶାଇଥିଲେ ଯେ, ଅକ୍ଟୋବର ୨୮ରୁ ନଭେମ୍ବର ୩ ମଧ୍ୟରେ ସୋସିଆଲ ନେଟୱାର୍କିଂ ସାଇଟ ଇନଷ୍ଟାଗ୍ରାମରେ ବଳାତ୍କାର ଧମକ ପାଇଥିଲେ। ଜାରାଙ୍କ ଅଭିଯୋଗ ପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରିଥିଲା।

ତଦନ୍ତ ପରେ ପୋଲିସ ଧମକ ଦେଉଥିବା ବ୍ୟକ୍ତି ହାଇଦ୍ରାବାଦର ଜଣେ ୨୩ ବର୍ଷୀୟ ଏମ୍‌ବିଏ ଛାତ୍ର ବୋଲି ଜାଣିବାକୁ ପାଇଲା। ଓଶିୱାରା ଥାନାର ବରିଷ୍ଠ ଇନ୍ସପେକ୍ଟର କହିଛନ୍ତି ଯେ, ଅଭିଯୋଗ ପରେ ସାଇବର ସେଲକୁ ସୂଚନା ଦିଆଯାଇଥିଲା। ଯାହା ସ୍ଥାନୀୟ ଆଇପି ଠିକଣା ଜଣାପଡ଼ିଥିଲା। ଅଭିଯୁକ୍ତଙ୍କ ନାମ ନୁରା ସରଓ୍ବର, ଯିଏ ଇନଷ୍ଟାଗ୍ରାମରେ ଏକ ନକଲି ପ୍ରୋଫାଇଲ ଖୋଲିଥିଲେ। ନୁରା ଏବଂ ତାଙ୍କ ସହକର୍ମୀ ଏକ ରାଜନୈତିକ ଦଳ ପାଇଁ କାମ କରୁଛନ୍ତି। ତେବେ ଜାରାଙ୍କୁ କାହିଁକି ସେମାନେ ଧମକ ଦେଉଥିଲେ ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।

Share