ଏହି ଅଭିନେତ୍ରୀଙ୍କ ପିତାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବିଗ୍‌ ବସ୍‌-୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ୍‌ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସୁଛନ୍ତି। ସମସ୍ତେ ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟରେ ପାଗଳ। ଖୁବ୍‌ଶୀଘ୍ର ଶେହନାଜ ବଲିଉଡ୍‌ରେ ଡେବ୍ୟୁ ବି କରିବାକୁ ଯାଉଛନ୍ତି। ଏଥର ଶେହନାଜ ନୁହନ୍ତି ବରଂ ତାଙ୍କ ପିତା ସନ୍ତୋଖ ସିଂ ସୁଖ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ଫୋନ୍‌ରେ କେହି ହତ୍ୟା ଧମକ ଦେଇଛନ୍ତି।

ଦୀପାବଳି ପୂର୍ବରୁ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ।
ବ୍ୟକ୍ତି ଜଣକ କହିଛନ୍ତି, ଦୀପାବଳି ପୂର୍ବରୁ ତାଙ୍କ ଘରେ ପଶି ହତ୍ୟା କରିବେ। ଧମକ ପରେ ସାନ୍ତୋଖ ଥାନାରେ ଏକ ମାମଲା ଦାୟର କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ, ମଧ୍ୟ ସେ ଏଭଳି ଧମକ ପାଇଛନ୍ତି।

Share